ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା
Advertisement

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା

ଏଥର କେବଳ ଅନଲାଇନ ମାଧ୍ୟମରେ ହିଁ ଆବେଦନ କରିହେବ । ଏନେଇ ବୋର୍ଡ କାର୍ଯ୍ୟଳୟ ପକ୍ଷରୁ ଏକ ୱେବସାଇଟ ଦିଆଯାଇଛି ।

ପ୍ରତୀକାତ୍ମକ ଫଟୋ

ଚିନମ ଜଗନ୍ନାଥ ପାତ୍ର, କଟକ: ଆସନ୍ତା ୧୦ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ହେବ । ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଏଥର କେବଳ ଅନଲାଇନ ମାଧ୍ୟମରେ ହିଁ ଆବେଦନ କରିହେବ । ଏନେଇ ବୋର୍ଡ କାର୍ଯ୍ୟଳୟ ପକ୍ଷରୁ ଏକ ୱେବସାଇଟ ଦିଆଯାଇଛି । WWW.BSEODISHA.AC.INରେ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବେ । 

କହିରଖୁଛୁ, ଗତ ଜୁଲାଇ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିଥିଲା । ଚଳିତ ବର୍ଷ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଛାତ୍ରୀଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୭୭.୮ ପ୍ରତିଶତ। ସେହିପରି ରେଜଲ୍ଟ ଅନୁଯାୟୀ ଏ୧ ଗ୍ରେଡ଼ରେ ୧୨୭୯ ପରୀକ୍ଷାର୍ଥୀ ପାସ କରିଛନ୍ତି। ସେହିପରି ଏ୨ ଗ୍ରେଡରେ ୮୪୫୮ ଜଣ, ବି୧ରେ ୧୮,୧୮୮ ଜଣ, ବି୨ରେ ୩୧,୩୨୮ ଓ ସି ଗ୍ରେଡ଼ରେ ୪୯୧୫୩ ଜଣ ପାସ କରିଛନ୍ତି। 

ରାଜ୍ୟରେ ପ୍ରାୟ ୫.୬୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୬୦ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା । ବାତ୍ୟା ଅମ୍ପାନ ପାଇଁ ସାମୟିକ ଭାବେ ଖାତା ଦେଖାରେ ବ୍ୟାଘାତ ସୃଷ୍ଟି ହୋଇଥିଲା।  ଖାତା ଦେଖା ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଲକଡାଉନ ଓ ବାତ୍ୟା ଅମ୍ପାନ ପାଇଁ ଖାତା ଦେଖା କିଛି ସମୟ ପାଇଁ ବନ୍ଦ ରହିଥିଲା।