ବିଧାୟକ ଓ ପୋଲିସ ଠେଲାପେଲା ଧସ୍ତାଧସ୍ତି

ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ପୋଲିସ ସହ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଜିଲାପାଳଙ୍କୁ ଭେଟିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। 

ବିଧାୟକ ଓ ପୋଲିସ ଠେଲାପେଲା ଧସ୍ତାଧସ୍ତି

ସମ୍ବଲପୁର: ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ପୋଲିସ ସହ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଜିଲାପାଳଙ୍କୁ ଭେଟିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସମ୍ବଲପୁର ସହରରେ କୋରୋନା ଓ ଅଣକୋଭିଡ ରୋଗୀଙ୍କ ଅବସ୍ଥା ଜଟିଳ ଆଡକୁ ଗତି କରୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପ୍ରକାରର ପଦକ୍ଷେପ ନେଉ ନାହିଁ ବୋଲି ବିଧାୟକ ଅଭିଯୋଗ କରିଛନ୍ତି।

ଆଜି ଏ ବାବଦରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ପୋଲିସ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକାଇଥିଲା। ଲୋକ ପ୍ରତିନିଧିଙ୍କୁ ପୋଲିସ ଜିଲାପାଳ କାର୍ଯ୍ୟାଳୟରେ ପୁରାଇ ନଦେବାରୁ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା। 

ସେପଟେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ସହିତ ପୋଲିସ କିଛି ସମୟ ପାଇଁ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲେ। ବିଧାୟକ ଜୋର ଜବରଦସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତୁରନ୍ତ ଭୁଶୁଡି ପଡୁଥିବା ସ୍ୱାସ୍ଥ୍ୟ ଓ ପରିମଳ ସେବା ଠିକ କରିବା ପାଇଁ ଦାବି କରିଥିଲେ।