• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ନାହିଁ ନେଟଓ୍ୱାର୍କ, ପାଣି ଟାଙ୍କି ଉପରେ ଅନଲାଇନ କ୍ଲାସ

ନାହିଁ ନେଟଓ୍ୱାର୍କ, ପାଣି ଟାଙ୍କି ଉପରେ ଅନଲାଇନ କ୍ଲାସ

ବାଟ ହୁଡ଼ୁଛି ଶିକ୍ଷା ବ୍ୟବସ୍ଥା...

Edited ByZee Odisha Desk
Published: Jul 29, 2020, 09:50 AM IST|Updated: Jul 29, 2020, 09:50 AM IST
joinshare
ନାହିଁ ନେଟଓ୍ୱାର୍କ, ପାଣି ଟାଙ୍କି ଉପରେ ଅନଲାଇନ କ୍ଲାସ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

    ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

    2

    Top 10 News: ଲଗାଣ ବର୍ଷାରେ ବେହାଲ୍ ରାଜଧାନୀ, ହାତୀ ଆକ୍ରମଣରେ ୪ ଗୁରୁତର ଓ ଅନ୍ୟ ଖବର

    3

    Building Collapse: ବର୍ଷାରେ ଭୁଶୁଡ଼ିଲା କୋଠା; ୬ ମୃତ

    4

    ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ଜନଜୀବନ ପ୍ରଭାବିତ

    5

    Crude Oil Price: ଇରାନ-ଓମାନ ଆଲୋଚନା ପରେ ଅଶୋଧିତ ତୈଳ ଦର ହ୍ରାସ !

    ସମ୍ବଲପୁର: ଲକଡାଉନ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଅନଲାଇନ କ୍ଲାସ ମାଧ୍ୟମରେ ଯେଉଁ ଶିକ୍ଷାଦାନର ବ୍ୟବସ୍ଥା ହୋଇଥିଲା, ତାହା ଉପାନ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଉପାନ୍ତ ଅଞ୍ଚଳରେ ମୋବାଇଲ ତ ଅଛି, କିନ୍ତୁ ନେଟଓ୍ୱାର୍କର ନାହିଁ। ଫଳରେ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀମାନେ କେଉଁଠାରେ ଗଛମୂଳରେ ତ ଆଉ କେଉଁଠି ପାଣିଟାଙ୍କି ଉପରେ ବସି ପାଠ ପଢୁଥିବାର ଚିତ୍ର ସାମ୍ନାକୁ ଆସିଛି। ଏଭଳି କିଛି ଚିତ୍ର ଆସିଛି ସମ୍ବଲପୁର ଜିଲ୍ଲାରୁ। 

    ଜିଲ୍ଲାରେ ଉପାନ୍ତ ଅଞ୍ଚଳରୁ ଆସିଲା ହୃଦୟକୁ ଥରାଇ ଦେଲା ପରି ଚିତ୍ର । ଗାଁରେ ନାହିଁ ମୋବାଇଲ ନେଟୱାର୍କ ସୁବିଧା। ୧୫୦ ଫୁଟ୍ ଉପର ପାଣି ଟାଙ୍କି ଉପରକୁ ଯାଇ ଜୀବନକୁ ବାଜି ଲଗାଇ ଅନ୍‌ଲାଇନ୍ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତ ଲାଣ୍ଡିମାଲ ଗାଁ। ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ଦୂରତା ପ୍ରାୟ ପାଖାପାଖି ୧୦୫ କିମି। ଗାଁରେ ନାହିଁ ଅନଲାଇନ ପାଠପଢିବା ପାଇଁ ନେଟୱାର୍କ ସୁବିଧା। ଫଳରେ ଗାଁ ମୁଣ୍ଡରେ ପଞ୍ଚାୟତିରାଜ ବିଭାଗର ୧୫୦ ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରକୁ ଯାଇ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏମିତି ବିପଦସଙ୍କୁଳ ଅବସ୍ଥାରେ ପ୍ରାୟ ୨ ମାସ ହେବ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କେତେବେଳେ ଯେ କଣ ଅଘଟଣ ଘଟିବ କହିହେବ ନାହିଁ। 

    ପଞ୍ଚାୟତରେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକ ରହନ୍ତି । ହେଲେ ମୋବାଇଲ ଇଣ୍ଟରନେଟ ସେବା ଠପ୍‌। ୨୦୧୪ ମସିହାରେ ମାଓ ମୁକାବିଲା ପାଣ୍ଠିରୁ ଗୋଟିଏ ବିଏସଏନଏଲ୍ ନେଟୱାର୍କ ପାଇଁ ଟାୱାର ତିଆରି ହୋଇଥିଲା, ସେଥିରେ ନେଟୱାର୍କ ରୁହେ ନାହିଁ । ଗାଁରେ ଅଧିକାଂଶ ଗରିବ ଶ୍ରେଣୀର ଲୋକେ ବସବାସ କରୁଥିବାରୁ  ଅଧିକାଂଶ ପିଲାଙ୍କ ପାଖରେ ମୋବାଇଲ ନାହିଁ। ଗାଁରେ ସବୁବେଳେ ହାତୀ ଉପଦ୍ରବ ରହୁଥିବାରୁ ଭୟରେ ରହୁଛନ୍ତି ଗ୍ରାମବାସୀ। ଏ ବାବଦରେ ଯେବେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ଫୋନରେ ପଚାରିଥିଲେ ସେ କହିଲେ ଯେ ବହୁ ଆଗରୁ bsnlକୁ ନେଟୱାର୍କ ବୃଦ୍ଧି ପାଇଁ କୁହାଯାଇଛି, କିନ୍ତୁ କୋଭିଡ କଟକଣା ପାଇଁ କାମ ଅଟକି ରହିଛି।

     

    Add Zee News as a Preferred Source
    TAGS:
    Sambalpur News
    mobile network
    lockdown
    Corona