କୋରୋନା ମୁକ୍ତ କନ୍ଧମାଳରେ ୮ ନୂଆ ପଜିଟିଭ, ସପ୍ତାହରେ ଦୁଇ ଦିନ ସଟଡାଉନ
Advertisement

କୋରୋନା ମୁକ୍ତ କନ୍ଧମାଳରେ ୮ ନୂଆ ପଜିଟିଭ, ସପ୍ତାହରେ ଦୁଇ ଦିନ ସଟଡାଉନ

କୋରୋନା ମୁକ୍ତ ହୋଇଯାଇଥିବା କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୮ଟି ପଜିଟିଭ ଚିହ୍ନଟ ହୋଇଛି। ଜିଲ୍ଲାରେ ପୂର୍ବରୁ ଜୁନ ୨୮ ତାରିଖ ସୁଦ୍ଧା ସମୁଦାୟ ୧୭୮ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୩ ତାରିଖ ସୁଦ୍ଧା ସଭିଏଁ ସୁସ୍ଥ ହୋଇଯାଇଥିଲେ। ଫଳରେ କୋରୋନା ମୁକ୍ତ ହୋଇଯାଇଥିଲା କନ୍ଧମାଳ। ଆଉ କନ୍ଧମାଳବାସୀ ଆଶ୍ୱସ୍ତି ମଧ୍ୟ ହୋଇଥିଲେ। 

କୋରୋନା ମୁକ୍ତ କନ୍ଧମାଳରେ ୮ ନୂଆ ପଜିଟିଭ, ସପ୍ତାହରେ ଦୁଇ ଦିନ ସଟଡାଉନ

କନ୍ଧମାଳ: କୋରୋନା ମୁକ୍ତ ହୋଇଯାଇଥିବା କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୮ଟି ପଜିଟିଭ ଚିହ୍ନଟ ହୋଇଛି। ଜିଲ୍ଲାରେ ପୂର୍ବରୁ ଜୁନ ୨୮ ତାରିଖ ସୁଦ୍ଧା ସମୁଦାୟ ୧୭୮ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୩ ତାରିଖ ସୁଦ୍ଧା ସଭିଏଁ ସୁସ୍ଥ ହୋଇଯାଇଥିଲେ। ଫଳରେ କୋରୋନା ମୁକ୍ତ ହୋଇଯାଇଥିଲା କନ୍ଧମାଳ। ଆଉ କନ୍ଧମାଳବାସୀ ଆଶ୍ୱସ୍ତି ମଧ୍ୟ ହୋଇଥିଲେ। 

ମାତ୍ର ଆଜି  ଆଉ ୮ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଜିଲ୍ଲାବାସୀ। ସେପଟେ ପଡ଼ୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ କୋରୋନା ଅଣାୟତ ହୋଇଥିବା ବେଳେ ବାହାର ସଂକ୍ରମିତ ଜିଲ୍ଲାରୁ କନ୍ଧମାଳକୁ ଚାଲି ଆସୁଛନ୍ତି। ଫଳରେ ଏସବୁକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢ଼ିଯାଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର କନ୍ଧମାଳ ଜିଲ୍ଲାକୁ ଜିଲ୍ଲାପାଳ ଡା. ବୃନ୍ଦା ଡି ସଟଡାଉନ୍‌ ଘୋଷଣା କରିଛନ୍ତି। 

ଏହାର ପ୍ରଭାବ ମଧ୍ୟ ଆଜି ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜି ସକାଳୁ ସଟଡାଉନ୍‌ ଲାଗି ଜିଲ୍ଲାର ସମସ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇଥିବା ବେଳେ କେବଳ ଜରୁରୀକାଳୀନ ପ୍ରତିଷ୍ଠାନ, ଆମ୍ବୁଲାନ୍ସ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାକୁ ଏଥିରୁ ବାଦ ଦିଆଯାଇଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲାରେ ୩ ତାରିଖ ସୁଦ୍ଧା ସମୁଦାୟ ୪ ହଜାର ୧୧୬ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। 

ସେଥି ମଧ୍ୟରୁ ୩ ହଜାର ୧୫୧ ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ୧୭୮ ଜଣଙ୍କ ପଜିଟିଭ ଆସିଥିଲା। ଆଉ ବାକି ୩୩୮ ଜଣଙ୍କ ରିପୋର୍ଟ ଆସି ନଥିବା ବେଳେ ଆଜି ସେଥିରୁ ୮ ଜଣକ ରିପୋର୍ଟ ପଜିଟିଭ ବାହାରିଛି। ବାକି ରିପୋର୍ଟ ଆଉ ଦିନେ ଦୁଇ ଦିନ ମଧ୍ୟରେ ଆସିଯିବ ବୋଲି କୁହାଯାଉଛି। ତେବେ ଆଜି ସୁଦ୍ଧା କନ୍ଧମାଳକୁ ୧୧ ହଜାର ପାଖାପାଖି ପ୍ରବାସୀ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଆସିଛନ୍ତି। 

ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଓ ଅବଧି ଶେଷ ପରେ ୯ ହଜାର ୫୫୯ ଜଣ ଘରକୁ ଫେରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାହାରୁ ଆସି ଟିଏମସିରେ ରହି ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୯ ହଜାର ୩୮୭ ଜଣଙ୍କୁ ଆଜି ସୁଦ୍ଧା ୧୮ କୋଟି ୭ ଲକ୍ଷ୍ୟ ୭୪ ହଜାର ଟଙ୍କା ଦିଆଯାଇଥିବା ଜଣାପଡିଛି।ଏଥିସହ ସେମାନଙ୍କୁ ମନରେଗା ସହ ବିଭିନ୍ନ ଶ୍ରମଭିତ୍ତିକ କାମ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।