Advertisement
Article Detail0/zeeodisha/odisha703844
Zee OdishaOdisha Stateପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମରେ ଯୁବକକୁ ଘରୁ ଡାକି ଆଣି ପିଟିପିଟି ହତ୍ୟା।ମୃତକ ଜଣକ ହେଲେ ଆମ୍ବବାଲି ଗ୍ରାମର କୃତିବାସ ଗୌଡ଼। ସୂଚନା ପ୍ରକାରେ ଗତକାଲି ରାତିରେ ଡ୍ରାଇଭର କାମ ସାରି କୃତିବାସ ନିଜ ଗାଁ ଆମ୍ବବାଲିକୁ ଫେରିଥିଲେ।ରାତି  9 ଟାରେ ମାମୁ ଗୋପାଳ ଫୋନ ଯୋଗେ ବିଞ୍ଜିଗିରି ଗ୍ରାମକୁ ଡକାଇ ଥିଲେ।ପୂର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମରେ ଯୁବକକୁ ଘରୁ ଡାକି ଆଣି ପିଟିପିଟି ହତ୍ୟା।ମୃତକ ଜଣକ ହେଲେ ଆମ୍ବବାଲି ଗ୍ରାମର କୃତିବାସ ଗୌଡ଼।

ସୂଚନା ପ୍ରକାରେ ଗତକାଲି ରାତିରେ ଡ୍ରାଇଭର କାମ ସାରି କୃତିବାସ ନିଜ ଗାଁ ଆମ୍ବବାଲିକୁ ଫେରିଥିଲେ।ରାତି  9 ଟାରେ ମାମୁ ଗୋପାଳ ଫୋନ ଯୋଗେ ବିଞ୍ଜିଗିରି ଗ୍ରାମକୁ ଡକାଇ ଥିଲେ।ପୂର୍ବ ଶତ୍ରୁତା କେନ୍ଦ୍ର କରି ପ୍ରଥମେ ବଚସା ହୋଇଥିଲା ପରେ ମାମୁଁ ସହିତ କିଛି ସହଯୋଗୀ ମିଶି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବଡଭାଇ ପୀତବାସ ଗୌଡ଼। 

ଘଟଣା ସ୍ଥଳରେ ଖବର ପାଇ ବଡ଼ ଭାଇ ପହଞ୍ଚିଥିଲା। ସେଠାରେ ସେ ଜୀବିତ ଅବସ୍ଥାରେ ଥିବା ଜାଣି ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

Add Zee News as a Preferred Source
About the Author