ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ସମ୍ବଲପୁର: ଦୁର୍ନୀତି କରିଥିବା ଅଭିଯୋଗରେ ଛନ୍ଦି ହୋଇ ବିବାଦ ଘେରକୁ ଆସିଛନ୍ତି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଳକର ବରଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ହରିହର ମହାନନ୍ଦ । ହରିହର ମହାନନ୍ଦ ବତ୍ତମାନ ବରଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଞ୍ଚାୟତର ନାଏବ ସରପଞ୍ଚ  ଅଞ୍ଚଳି ପରିଡା। ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଲେ ପୁଣିଥରେ ଚର୍ଚ୍ଚା ର ପରିସର କୁ ଆସିଛି ବରଗାଁ ପଞ୍ଚାୟତ । 

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଳକର ବରଗାଁ ଗ୍ରାମ ପଞ୍ଚାୟତ । ସଦାସର୍ବଦା ଏହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଵ୍ୟାପକ ଦୁର୍ନୀତି  ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ତେବେ ବରଗାଁ ପଞ୍ଚାୟତରେ କେଉଁ ପରିମାଣରେ ଦୁର୍ନୀତି ହେଉଛି ତାର ଖୁଲାସା କରିଛନ୍ତି ଖୋଦ ପଞ୍ଚାୟତର ନାଏବ ସରପଞ୍ଚ ଅଞ୍ଚଳି ପରିଡା । ଏନେଇ ନାଏବ ସରପଞ୍ଚ କହିଛନ୍ତି ଯେ ପଞ୍ଚାୟତରେ ଏହି ଦୁର୍ନୀତି ରୋକିବା ପାଇଁ ସେ ସରପଞ୍ଚଙ୍କୁ ବାରମ୍ବାର କହୁଥିବା ବେଲେ ଖୋଦ ସରପଞ୍ଚ ଏଥିରେ ସାମିଲ ଥିବାରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ନାଏବ ସରପଞ୍ଚ ଅଭିଯୋଗ କରିଛନ୍ତି । 

ତେବେ ନାଏବ ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ଗ୍ରାମପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ, ଇନ୍ଦିରା ଆବାସରେ ଅନିୟମିତତା ସହ ପଞ୍ଚାୟତକୁ ଆସୁଥିବା ଅନୁଦାନର ଦୁରୁପଯୋଗ କରାଯାଉଛି । ଏନେଇ ସେ ମାନେଶ୍ୱର ବ୍ଳକର ବିଡିଓଙ୍କ ନିକଟରେ ମଧ୍ୟ ବହୁବାର ଅଭିଯୋଗ କରିଥିବା ବେଳେ ବ୍ଳକ ଅଧିକାରୀ ସରପଞ୍ଚଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା କହିଛନ୍ତି ନାଏବ ସରପଞ୍ଚ । ତେବେ ଏହା ପରେ ସେ ହତାସ ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କଲାପରେ ଏନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏହା ସହ ତାଙ୍କ ଉପରେ ଆକ୍ରୋଶ ରଖି ପଞ୍ଚାୟତର ସରପଞ୍ଚ ଓ କାଯ୍ୟନିର୍ବାହୀ ଅଧିକାରୀ ତାଙ୍କ ନାଁରେ ମିଛ କେସ ଥାନାରେ କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ନାଏବ ସରପଞ୍ଚ  ଅଞ୍ଚଳି ପରିଡା ।

ଦୁର୍ନୀତି ଅଭିଯୋଗ ଆସିବା ପରେ ବରଗାଁ ସରପଞ୍ଚ ହରିହର ମହାନନ୍ଦ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସରପଞ୍ଚ କହିଛନ୍ତି ଯେ ପଞ୍ଚାୟତର  ନାଏବ ସରପଞ୍ଚ ନିଜ ଵ୍ୟକ୍ତିଗତ ସ୍ୱାର୍ଥ ହାସଲ ନ ହେବାରୁ ତାଙ୍କ ବିରୋଧରେ ଏହି ମିଥ୍ୟା ଅଭିଯୋଗ କରିଛନ୍ତି । ଏଥିସହ ନାଏବ ସରପଞ୍ଚଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଓଲଟା ନାଏବ ସରପଞ୍ଚ ପଞ୍ଚାୟତ କାଯ୍ୟାଲୟ କୁ ଆସି ତାଙ୍କ ସହ ଓ  ପଞ୍ଚାୟତ ର କାଯ୍ୟନିର୍ବାହି ଅଧିକାରୀ ଙ୍କ ସହ ଖରାପ ଵ୍ୟବହାର କରିଥିବାରୁ ତାଙ୍କ ନାରେ ଧମା ଥାନାରେ କେସ ଦିଆଯାଇଥିବା କହିଥିଲେ । ଏଥିସହ ନିଜ ନା ରେ ହେଉଥିବା ଅଭିଯୋଗ ଉପରେ ସେ  କହିଥିଲେ ଯେ ଏନେଇ ସେ ବ୍ଳକର ବିଡିଓ ଙ୍କୁ ସାକ୍ଷାତ କରି ନିଜ ପକ୍ଷ ରଖି ସାରିଛନ୍ତି । ତେବେ ଭିଜିଲାନ୍ସ ତଦନ୍ତ ଯାରି ରହିଥିବା ବେଲେ ତଦନ୍ତ ସରିଲା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସରପଞ୍ଚ କହିଛନ୍ତି ।