• କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି: ନିରଞ୍ଜନ ମିଶ୍ର
  • ହାଇଦରକୁ ଏନ୍‌କାଉଣ୍ଟର ଘଟଣା
  • ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ
  • ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ
  • ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା
  • କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ
  • ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ
  • କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ
  • ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଣଶିକ୍ଷା ମନ୍ତ୍ରୀ

ଧର୍ମ ଆଗରେ ଆଇନ ଦୁର୍ବଳ; ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ

ପ୍ରସ୍ତାବିତ ବାଇ ଲ ଲାଗୁ କରିବା ନେଇ ସେବାୟତମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ସେମାନେ NMA ଦ୍ୱାରା ଜାରି ନୋଟିଫିକେନସକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଓ ନିୟମକୁ ମାନିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।

ଧର୍ମ ଆଗରେ ଆଇନ ଦୁର୍ବଳ; ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ
ଧର୍ମ ଆଗରେ ଆଇନ ଦୁର୍ବଳ; ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ

ପୁରୀ: ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ NMA ଦ୍ୱାରା ପ୍ରସ୍ତାବିତ ବାଇ-ଲ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ୍ କରି ବାଇ-ଲ ପ୍ରତ୍ୟାହାର ହୋଇଥିବା ସୂଚନା ଦେଇଛନ୍ତି। NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିଫିକେସନ ହୋଇଥିବା ସଂସ୍କୃତି ମନ୍ତ୍ରୀ କହିଛନ୍ତି।

ଅନ୍ୟ ଐତିହ୍ୟ କୀର୍ତ୍ତିରାଜୀ (Monument) ଭଳି ପୁରୀ ଶ୍ରୀମନ୍ଦିର (Puri Srimandir) ରେ ବି ସୁରକ୍ଷା ନିୟମ ଲାଗୁକରିବାକୁ ଜାତୀୟ ସ୍ମାରକ କର୍ତ୍ତୃପକ୍ଷ (NMA) ନିଷ୍ପତ୍ତି ନେଇଥିଲା। ଏନେଇ ପ୍ରସ୍ତାବିତ ବାଇ-ଲକୁ ନୋଟିଫିକେସନ୍ ମଧ୍ୟ କରାଯାଇଥିଲା। ଯାହା ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ବାସଗୃହ ଓ ବ୍ୟବସାୟିକ ଅନୁଷ୍ଠାନ କରିଥିବା ଲୋକଙ୍କ ଉପରେ ଚଡକ ଭଳି ପଡିଥିଲା। ପ୍ରସ୍ତାବିତ ବାଇ ଲ ଲାଗୁ କରିବା ନେଇ ସେବାୟତମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ସେମାନେ NMA ଦ୍ୱାରା ଜାରି ନୋଟିଫିକେନସକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଓ ନିୟମକୁ ମାନିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।

Also Read: ପୁରୀରେ ଦେହ ବ୍ୟବସାୟ, କିଙ୍ଗପିନ ଗିରଫ
 
ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପ୍ରଭୁ ଜଗନ୍ନାଥ, ଭକ୍ତ ଓ ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଇ ଲ ପ୍ରତ୍ୟାହାର କରିବାକୁ NMAକୁ ଚିଠି ଲେଖାଯାଇଥିଲା। ଉଭୟ BJD ଓ BJP ସଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ (Prahalad Singh Patel)ଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଏପରି କି ଆଜି ପୁରୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଛନ୍ତି। ଜଗନ୍ନାଥ (Lord Jagannath) ଙ୍କ ବିକାଶ କାମକୁ କେହି ଅଟକାଇ ପାରିବେନାହିଁ ବୋଲି ସେ କହିଛନ୍ତି। 

ଏହି ଘଟଣାର କିଛି ସମୟ ମଧ୍ୟରେ NMA ଦ୍ୱାରା ନୋଟିଫିକେସନ ହୋଇଥିବା ବାଇ-ଲକୁ ପ୍ରତ୍ୟାହାର କରାଯାଇଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି। NMA ଅଧ୍ୟକ୍ଷଙ୍କ ଅଜାଣତରେ ବାଇ ଲ ଜାରି କରାଯାଇଥିଲା। ଆଗାମୀ ଦିନରେ ପୁରୀ ସମନ୍ଧୀୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସେଥିରେ ଓଡିଆ ଭାଷାରେ ଆଲୋଚନା କରାଯାଇ ସହମତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଆଇନ ସମସ୍ତଙ୍କ ପାଇଁ ସମାନ ନା ଶ୍ରୀମନ୍ଦିର ପାଇଁ ଅଲଗା? ଧର୍ମ, ରାଜନୀତି ନା ଆଉ କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି NMAର ବାଇ-ଲ ପ୍ରତ୍ୟାହାର ହେଲା ନା ସେଥିରେ କୌଣସି ତୃଟି ଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। 

Also Read: ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ

ଯଦି NMAର ପ୍ରସ୍ତାବିତ ବାଇ-ଲ ଲାଗୁ ହୋଇଥିଲେ ପୁରୀ ମନ୍ଦିରର ସବୁ ଦିଗରେ ୧୦୦ ମିଟର ପର୍ଯ୍ୟନ୍ତ ନିଷିଦ୍ଧ କ୍ଷେତ୍ର ରହିଥାନ୍ତା। ଏହି ଅଞ୍ଚଳରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିନଥାନ୍ତା। ଶ୍ରୀମନ୍ଦିରର ସବୁ ଦିଗରେ ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ର ହୋଇଥାନ୍ତା। ଯେଉଁଠାରେ କୌଣସି ନିର୍ମାଣ କିମ୍ବା ମରାମତି ପାଇଁ NMAର ଅନୁମତି ନେବାକୁ ପଡିଥାନ୍ତା। ଶୁକଶାରୀ ମନ୍ଦିର ପରିସରରେ ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ବେଆଇନ ଖନନ ବେଳେ ଅନେକ ସ୍ମାରକୀ ବହାରିଥିଲା। ଯାହା ପରେ NMA ଶ୍ରୀମନ୍ଦିର ପାଇଁ ବାଇ ଲ ଜାରା କରିଥିଲା।