Advertisement
Article Detail0/zeeodisha/odisha696390
Zee OdishaOdisha Stateମୟୂରଭଞ୍ଜ ରାଜନୀତି: ଚର୍ଚ୍ଚାରେ ପଦ୍ମ, ଶଙ୍ଖ ଓ ସାଗରାମ

ମୟୂରଭଞ୍ଜ ରାଜନୀତି: ଚର୍ଚ୍ଚାରେ ପଦ୍ମ, ଶଙ୍ଖ ଓ ସାଗରାମ

ଚର୍ଚ୍ଚାରେ ପୁନଚ୍ଛେଦ । ଦଳ ଛାଡ଼ିନାହାଁନ୍ତି ସାଗରାମ । ସେ ପଦ୍ମ ଧରିଥିବା ନେଇ ଖବର ଏକ ଗୁଜବ ମାତ୍ର । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ମିଶ୍ର, ବାରିପଦା: ପଦ୍ମ ପୋଖରୀ ମୁହାଁ ହୋଇଛନ୍ତି କି ଜାମଦା ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁ ? ଗତ କିଛି ଦିନ ହେଲା ସାଗରାମଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଜୋର ଧରିଥିଲା । ସେ ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ନେଇ କେବଳ ସାମାଜିକ ଗଣମାଧ୍ୟମ କାହିଁକି, କିଛି ଖବର କାଗଜ ମଧ୍ୟ ଲେଖିଥିଲେ । ତେବେ ଏ ତମାମ ଖବର ଯେ ଏକ ଗୁଜବ ଥିଲା, ତାହା ଏବେ ସ୍ପଷ୍ଟ ହୋଇଛି । ବିଜେଡ଼ିରେ ଥିଲି, ଅଛି ଏବଂ ରହିବି ବୋଲି ନିଜେ ଗଣମାଧ୍ୟମ ଆଗରେ କହିଛନ୍ତି ସାଗରାମ । ଆଉ ଏହା ପରେ ଏ ତମାମ ଚର୍ଚ୍ଚା ଉପରେ ପୁନଚ୍ଛେଦ ପଡ଼ିଛି । 

ଚର୍ଚ୍ଚାରେ ପୁନଚ୍ଛେଦ । ଦଳ ଛାଡ଼ିନାହାଁନ୍ତି ସାଗରାମ । ସେ ପଦ୍ମ ଧରିଥିବା ନେଇ ଖବର ଏକ ଗୁଜବ ମାତ୍ର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଗୁଜବ ବେଶ କିଛି ଦିନ ଧରି ମୟୂରଭଞ୍ଜରେ ଲାଗି ରହିଥିଲା । ଚା ଖଟିରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚର୍ଚ୍ଚାରେ ଥିଲେ ସାଗରମ । ଗେରୁଆ ଦଳ ମଧ୍ୟ ଏ ଗୁଜବକୁ ସତ ବୋଲି କୁଆଡ଼େ କହୁଥିଲା । ତେବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିରେ ଥିବା ସ୍ପଷ୍ଟ କରିଥିଲେ ସାଗରମ । 

କେବଳ ଏତିକି କାହିଁକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପାଇଁ ଆହୁରି ମନ ପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି ଜାମଦା ବ୍ଲକ ଉପାଧ୍ୟକ୍ଷ । ଜିଲ୍ଳା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ସଭାପତି ସଦର ଶ୍ରୀ କାଶୀନାଥ ହେମ୍ବ୍ରମଙ୍କ ମାର୍ଗଦର୍ଶନରେ ଦଳ ପାଇଁ କାମ କରିବେ ବୋଲି ସେ ସଫା ସଫା କହିଦେଇଛନ୍ତି । ସେ ଦଳରେ ଅସନ୍ତୁଷ୍ଟ ଥିବା ନେଇ ଅନ୍ୟ ଏକ ଗୋଷ୍ଠୀ ଯେଉଁ ପ୍ରଚାର କରୁଥିଲେ, ତାକୁ ମଧ୍ୟ ଭୁଲ ପ୍ରମାଣିତ କରିଛନ୍ତି ସାଗରମ  । ବିପତ୍ତି ସମୟରେ ବିଜେପିର ଏହା ଏକ ହୀନ ରାଜନୀତି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । 

Add Zee News as a Preferred Source

ତେବେ ପ୍ରଶ୍ନ ଉଠୁଛି,  ସତରେ ଏହା କ'ଣ ଗୁଜବ ଥିଲା ? ନା ବିଜେଡ଼ିର ଜିଲ୍ଲା ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିଲେ ସାଗରାମ ? ଦଳରେ ଅସନ୍ତୁଷ୍ଟ ହୋଇ ସାଗରାମ କୁଆଡ଼େ ବିଜେପି ସହ ଯୋଗାଯୋଗରେ ଥିଲେ । ତେବେ ଏକଥା ଜଣାପଡ଼ିବା ପରେ ବିଜେଡ଼ିର ବରିଷ୍ଠ ନେତା ସାଗରାମକୁ ବୁଝାସୁଝା କରି ମନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅବଶ୍ୟ ଏଥିରେ କେତେ ସତ୍ୟତା ରହିଛି, ସାଗରାମ ମୁର୍ମୁଙ୍କୁ ହିଁ ଜଣାଥିବ । 

About the Author