Advertisement
Article Detail0/zeeodisha/odisha684966
Zee OdishaOdisha Stateଖବରକାଗଜ ମଣିଷ ପ୍ରକାଶ

ଖବରକାଗଜ ମଣିଷ ପ୍ରକାଶ

ପୁରୁଣା ଖବର କାଗଜର ସଂଗ୍ରହାଳୟ ପାଲଟିଛନ୍ତି ପ୍ରକାଶ

ଖବରକାଗଜ ମଣିଷ ପ୍ରକାଶ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ମଣିଷର ପେସା ହେଉ ଅବା ନିଶା, ନିଜ ପାଇଁ ଆଣିଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ। ପେସା ବ୍ୟତୀତ ନିଶା ମଧ୍ୟ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିଭଳି ଜଣେ ମଣିଷ ହେଉଛନ୍ତି ଡି। ପ୍ରକାଶ ରାଓ। ଘର ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଚିକଲଖଣ୍ଡି ଗ୍ରାମରେ। ପ୍ରକାଶଙ୍କ ନିଶା ଖବରକାଗଜ ସାଇତିବା। ପିଲାଦିନୁ ଏହି ନିଶା ତାଙ୍କୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। 

ପ୍ରକାଶଙ୍କ ନିଶା ଆଜିକାଲିର ନୁହେଁ, ଏହା ହେଉଛି ପ୍ରାୟ ୪୦ ରୁ ୪୫ ବର୍ଷର। ପିଲାଦିନୁ ବାପା ମା'ଙ୍କଠାରୁ ଖବର କାଗଜ ପଢିବାର ପ୍ରେରଣା ପାଇଛନ୍ତି ପ୍ରକାଶ। ଏହି ଖବର କାଗଜ ପଢିବା ସହ ତାହାକୁ ସାଇତି ରଖିବା ନିଶାରେ ପଡ଼ିଥିଲେ ପ୍ରକାଶ। ପ୍ରାୟ  ୧୯୮୦ ମସିହାରୁ ନିତିଦିନିଆ ଖବର କାଗଜ ପଢ଼ିବା ଓ ସାଇତି ରଖିବା ଆରମ୍ଭ ହେଲା ।  ସେ ଛୋଟ ଥିଲା ବେଳେ ବାପା ଇଂରାଜୀ ଖବର କାଗଜ ଓ ମାଆ ଓଡ଼ିଆ ଖବରକାଗଜ ପଢ଼ନ୍ତି । ଖବର କାଗଜ ପଢ଼ିବା ପାଇଁ ବାବାଙ୍କ ଠାରୁ ପ୍ରେରଣା ପାଇଥିବା ନେଇ ପ୍ରକାଶ ସୂଚନା ଦିଅନ୍ତି। 

୧୯୮୦ ମସିହା ପରଠାରୁ ଯେମିତି ସେ ଖବରକାଗଜ ପ୍ରେମରେ ପଡ଼ିଯାଇଥିଲେ। ଶିକ୍ଷକତା କରୁଥିବା ପ୍ରକାଶ ଦେଶର ପ୍ରମୁଖ ଖବର କାଗଜର ବିଭିନ୍ନ ସଂସ୍କରଣ ସହିତ ଛୋଟ ଖବରକାଗଜକୁ ମଧ୍ୟ ସାଇତି ରଖନ୍ତି। ଖବରକାଗଜ ପ୍ରତି ଭଲ ପାଇବା ଏଭଳି ବଢି ଯାଇଥିଲା ଯେ, ଚାଳଛପରର କୁଡ଼ିଆ ଘରେ ଧୀରେଧୀରେ ଖବରର କାଗଜର ଭିଡ଼ ଦେଖିବାକୁ ମିଳିଥିଲା। 

Add Zee News as a Preferred Source

ଏମିତି କୌଣସି କାଗଜ ନାହିଁ ଯାହା ପ୍ରକାଶଙ୍କ ପାଖରେ ମିଳିବ ନାହିଁ । ନାନା ପ୍ରକାର ଖବର କାଗଜ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଖବରକାଗଜର ସେ ରଖିଛନ୍ତି । ଅଶିଏ ଦଶକର ସେ ଓଡ଼ିଆ ଦୈନିକ ଆଶାର, ପ୍ରଜାତନ୍ତ୍ର, ମାତୃଭୂମି, ସମାଜ, ସମ୍ବାଦ ଏଭଳି କେତେ କ'ଣ ଖବର କାଗଜ । ଇଂରାଜୀରେ ଦି ଟେଲିଗ୍ରାଫ, ହିନ୍ଦୁ, ଟାଇମ୍ ଅଫ ଇଣ୍ଡିଆ ଆହୁରି କେତେ ହିନ୍ଦୀ ଭାଷାର ଖବର
କାଗଜ ଓ ସାପ୍ତାହିକ ପତ୍ରପତ୍ରିକା , ସ୍ବତନ୍ତ୍ର ବିଶେଷାଙ୍କ ସଂଗ୍ରହ କରି ରଖିଛନ୍ତି ସେ ।

ପ୍ରକାଶ ସିଟି ପାସ୍ କରି ଗଜପତି ଜିଲ୍ଲାର ଆର। ଉଦୟଗିରି ବ୍ଳକର କମଳାଡ଼ିହ ନିମ୍ନ ପ୍ରାଥମିକ ସ୍କୁଲରୁ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି । ପିଲାଟି ଦିନରୁ ପାଠପଢ଼ା ସହ ଗପବହି ଓ ବିଭିନ୍ନ ଲେଖକମାନଙ୍କ ପୁସ୍ତକ ପଢିବାକୁ ଭଲ ପାଉଥିବା ପ୍ରକାଶ ନିଷ୍ଠାର ସହ କାର୍ଯ୍ୟ କରନ୍ତି । ଭଲ ମଣିଷ ହେବାକୁ ପିଲାମାନଙ୍କୁ ଉପଦେଶ ଦିଅନ୍ତି । ଖବର କାଗଜ ପଢ଼ିବାକୁ କୁହନ୍ତି । ସେ ଛୋଟ ଥିଲା ବେଳେ ବାପା ଇଂରାଜୀ ଖବର କାଗଜ ଓ ମାଆ ଓଡ଼ିଆ ଖବରକାଗଜ ପଢ଼ନ୍ତି । ଖବର କାଗଜ ପଢ଼ିବା ପାଇଁ ବାବାଙ୍କ ଠାରୁ ପ୍ରେରଣା ପାଇଥିବା କୁହନ୍ତି ସେ । 

ଖାଲି ସେତିକି ନୁହେଁ ସେହି ସମୟରୁ ଆଜି ପର୍ଯ୍ୟନ୍ତ  ଖବର କାଗଜରେ ପ୍ରକାଶ ପାଉଥିବା ସଂପାଦକୀୟ ପୃଷ୍ଠା, ପ୍ରବନ୍ଧ, ସ୍ତମ୍ଭ ବନ୍ଦେଇ ରଖିଛନ୍ତି । ତାଙ୍କ ଘର ଏବେ ଛୋଟିଆ ପାଠାଗାର ପାଲୋଟି ଯାଇଛି । ୨୦୦୭ ମସିହାରୁ  ପ୍ରକାଶ ଅବସର ନେଇ ତାଙ୍କ ଘରେ ରହି ବହିଗୁଡିକର ଯତ୍ନ ନେଉଛି। ଏବେ ସବୁ ବହି ଓ  ଖବରକାଗଜ ଯତ୍ନ ବାବଦରେ ଏବେ ମାସକୁ ୧୫୦୦ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି । ତାଙ୍କ ମୁଖ୍ୟ ସମସ୍ୟା ହେଲା ଘର ଛୋଟ ହୋଇଥିବାରୁ କିଛି ଖବର କାଗଜ ୧୯୯୯ ବାତ୍ୟା ଓ ଫନି ବାତ୍ୟାରେ ନଷ୍ଟ ହୋଇଗଲା। ତେଣୁ ସରକାରୀ ସହାୟତା ମିଳିଲେ ଛୋଟିଆ ପାଠାଗାର ଗାଁରେ ପ୍ରତିଷ୍ଠା ହୋଇପାରନ୍ତା । ତାଙ୍କ ଜୀବନ ସମ୍ପତ୍ତି କହିଲେ ସେଇ ସାଇତା ଥିବା କିଛି ଖବର କାଗଜ । ସେ ଆଖପାଖ ଗାଁ ରେ କାଗଜ ମଣିଷ ଭାବେ ବେଶ ଲୋକପ୍ରିୟତା ପାଇଛନ୍ତି ।ଏବେ ସରକାରୀ ସହାୟତାର ଅପେକ୍ଷା ରେ ଅନାଇ ବସିଛନ୍ତି ପ୍ରକାଶ ସାର୍ ।

About the Author