ଲଗାତାର ପଡିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଚିନ୍ତା ବଢାଇଛି ପୂଜା ପର୍ବାଣୀ। ଆଗକୁ ଗଞ୍ଜାମରେ ବୁଢୀ ଠାକୁରାଣୀ ଯାତ୍ରା ହେବାକୁ ଥିବା ବେଳେ ମାଲକାନଗିରିରେ ବଡଯାତ୍ରା ହେବ।
Trending Photos
)
ମାଲକାନଗିରି: ରାଜ୍ୟକୁ ଲେଉଟିଲା କୋରୋନା ଆତଙ୍କ। ଲଗାତାର ପଡିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଚିନ୍ତା ବଢାଇଛି ପୂଜା ପର୍ବାଣୀ। ଆଗକୁ ଗଞ୍ଜାମରେ ବୁଢୀ ଠାକୁରାଣୀ ଯାତ୍ରା ହେବାକୁ ଥିବା ବେଳେ ମାଲକାନଗିରିରେ ବଡଯାତ୍ରା ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
କୋରୋନା (Coronavirus) କଟକଣା ମଧ୍ୟରେ ବୁଢୀ ଠାକୁରାଣୀ (Budhi Thakurani) ଓ ଦଣ୍ଡ ଯାତ୍ରା ହେବ ବୋଲି ଗଞ୍ଜାମ (Ganjam) ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି। ସେପଟେ ବଡ ଯାତ୍ରା ପାଇଁ ମାଲକାନଗିରି (Malkangiri) ଜିଲ୍ଲାପାଳ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆସନ୍ତାକାଲିଠୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ (Night Curfew) ଲାଗିବ। ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।
Also Read: ରାଜ୍ୟରେ ଲେଉଟିବ ଲକଡାଉନ? DMET ଦେଲା ଏମିତି ପ୍ରତିକ୍ରିୟା
ମଙ୍ଗଳବାରଠୁ ଆରମ୍ଭ ହେଉଥିବା କର୍ଫ୍ୟୁ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ବଳବତ୍ତର ରହିବ। ସର୍ବସାଧାରଣରେ ଦୋଳ, ହୋଲି ପର୍ବ (Holi) ପାଳନକୁ ବାରଣ କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ଦୋଳ ମେଳନ ପାଳନ ହେବ। ବଡ଼ ଯାତ୍ରା (Bada Jatra) ପାଇଁ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ ସର୍ବସାଧାରଣରେ କୋଭିଡ ଗାଇଡଲାଇନ୍ (Covid Guidelines) , ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ କହିଛି।