ସାଂସଦ ଦେଲେ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ
Advertisement

ସାଂସଦ ଦେଲେ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ

କୋରୋନା ମହାମାରୀ ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲା ଆବଶ୍ୟକତା ଅନୁଯାୟୀ ସାଂସଦ ଏହି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ସାଂସଦ ପାଣ୍ଠିରୁ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ କିଣା ଯାଇଛି।

ସାଂସଦ ଦେଲେ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ

ସମ୍ବଲପୁର: ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସାଂସଦ ନିତେଶ ଗଙ୍ଗଦେବ
ଏକ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଦାନ କରିଛନ୍ତି। କୋରୋନା ମହାମାରୀ ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲା ଆବଶ୍ୟକତା ଅନୁଯାୟୀ ସାଂସଦ ଏହି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ସାଂସଦ ପାଣ୍ଠିରୁ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ କିଣା ଯାଇଛି।

ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତିରେ ଏହି ଆମ୍ବୁଲାନ୍ସ ସେବା (Ambulance Service) ର ଉଦଘାଟନ କରାଯାଇଥିଲା। ଆମ୍ବୁଲାନ୍ସରେ ଭେଣ୍ଟିଲେଟର ସହ ଅକ୍ସିଜେନ ସେବା ଉପଲବ୍ଧ ରହିଛି। ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏହି ଆମ୍ବୁଲାନ୍ସରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପିରବ। ଜୀବନ ଧାରଣ ଅକ୍ସୀଜେନ ସହ ଭେଣ୍ଟିଲେଟର ସେବା ରହିଥିବାରୁ ଗୁରୁତର ରୋଗୀଙ୍କୁ ସହାୟକ ହେବ ବୋଲି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ (Nitesh Gang Deb)କହିଛନ୍ତି।

Also Read: 'ଅନ୍ଧା କାନୁନ'

ଦିନକୁ ଦିନ ପଶ୍ଚିମ ଓଡିଶାରେ କୋରୋନା (Coronavirus) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ଥରେ ସମ୍ବଲପୁର (Sambalpur) ରେ ୪୦୦ରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ରେଡ ଜୋନରେ ଥିବା ଏହି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୫ ହଜାର ଟପିଛି। ୧୨୨୪୩ ଜଣ ଆରୋଗ୍ୟ ହୋଇଥିବା ବେଳେ ମହାମାରୀରେ ୮୧ ଜଣ ପ୍ରାଣ ହରାଇଛନ୍ତି।