ମୃତଦେହ ମିଳିନାହିଁ, ଦଶାହ ଶେଷ

ବେଳେବେଳେ ସମାଜରେ ବିଭିନ୍ନ ପ୍ରକାର ଅଜବ ଘଟଣା ଦେଖିବାକୁ ମିଳିଥାଏ। ଠିକ ଏମିତି ଏକ ଘଟଣା ଏବେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ଘଟିଛି ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ସାମସିଂଘା ଗ୍ରାମରେ। ଗତ ୨୧ ତାରିଖରୁ ସମାସିଂଘା ଗ୍ରାମର ୬୫ ବର୍ଷୀୟ ଭୀମସେନ ପ୍ରଧାନ ସକାଳେ ନାଳକୁ ମାଛ ମାରିବାକୁ ଯାଇଥିଲେ। ତେବେ ସେ

ମୃତଦେହ ମିଳିନାହିଁ, ଦଶାହ ଶେଷ

ସମ୍ବଲପୁର: ବେଳେବେଳେ ସମାଜରେ ବିଭିନ୍ନ ପ୍ରକାର ଅଜବ ଘଟଣା ଦେଖିବାକୁ ମିଳିଥାଏ। ଠିକ ଏମିତି ଏକ ଘଟଣା ଏବେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଘଟଣା ଘଟିଛି ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ସାମସିଂଘା ଗ୍ରାମରେ। ଗତ ୨୧ ତାରିଖରୁ ସମାସିଂଘା ଗ୍ରାମର ୬୫ ବର୍ଷୀୟ ଭୀମସେନ ପ୍ରଧାନ ସକାଳେ ନାଳକୁ ମାଛ ମାରିବାକୁ ଯାଇଥିଲେ। ତେବେ ସେ ଆଉ ଘରକୁ ଫେରିନଥିଲେ।  ଘରଲୋକ ବହୁ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କୁ ପାଇ ନଥିଲେ। ସେ ନାଳକୁ ଯିବା ସମୟରେ ଯେଉଁ ମାଛ ଜାଲଟିକୁ ନେଇ ଯାଇଥିଲେ,  ଗ୍ରାମର ଲୋକେ ୪ଦିନ ପରେ ସେହି ନାଳରେ ସେହି ଜାଲକୁ ପାଇଥିଲେ। 

ତେବେ ଆଶ୍ଚର୍ଯ୍ୟର କଥା ହେଲା ତାଙ୍କର ଖୋଜ ଖବର ନଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ବୋଲି ମାନି ନେଇଥିଲେ. ତାଙ୍କର ପରିବାର ଲୋକେ ଗତ ୫ତାରିଖରେ ଏକାଦଶାହ ପାଳନ କରିଛନ୍ତି। ଘରେ ତାଙ୍କର ଦୁଇପୁତ୍ର ଏବଂ ସ୍ତ୍ରୀ। ଘରେ ରୋଜଗାର କଲାଭଳି ଆଉ କେହି ନାହାଁନ୍ତି। ଭୀମସେନ ପ୍ରଧାନଙ୍କ ଉପରେ ଘରର ସବୁ ଦାୟିତ୍ୱ ଥିଲା। ସାମାଜିକ ଦୂରତ୍ୱ ବଜାୟ ରଖି ପରିବାର ଲୋକେ ଶେଷ କୃତ୍ୟ ସମ୍ପନ୍ନ କରିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମୃତଦେହ ନପାଇ ମଧ୍ୟ ପରିବାର ଲୋକେ କିପରି ଏମିତି କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।