• ଅକ୍ଟୋବର ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • ଆଇଆଇଟି ନାମଲେଖା ପାଇଁ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • କୋଭିଡ୍ ଗାଇଡଲାଇନରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଚଳିତବର୍ଷ ରାଜ୍ୟସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ
  • ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ
  • ଘରକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ
  • ଦିଲ୍ଲୀ ଏୟାରପୋର୍ଟରେ ଦିଆଗଲା ଭବ୍ୟ ସ୍ୱାଗତ
  • ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ୟୁକେ ହାଇକୋର୍ଟ

ଜଗା ଭକ୍ତଙ୍କ ପାଇଁ ଖୁସି ଖବର: ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ କୋରୋନା କଟକଣା କୋହଳ

ଏବେ ଶ୍ରଦ୍ଧାଳୁଙ୍କୁ କୋରୋନା ନେଗଟିଭ୍ ରିପୋର୍ଟ (Covid Report) ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁଥିପାଇଁ ଅନେକ ଭକ୍ତ ଜଗା (Lord Jagannath) ଦର୍ଶନରୁ ବଞ୍ଛିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ପ୍ରବେଶ ନିୟମକୁ କୋହଳ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଜଗା ଭକ୍ତଙ୍କ ପାଇଁ ଖୁସି ଖବର: ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ କୋରୋନା କଟକଣା କୋହଳ
ଜଗା ଭକ୍ତଙ୍କ ପାଇଁ ଖୁସି ଖବର: ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ କୋରୋନା କଟକଣା କୋହଳ

ପୁରୀ: ଜଗନ୍ନାଥ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର। ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହେଉଛି କୋରୋନା କଟକଣା। ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ନାହିଁ। ଦର୍ଶନ ସମୟରେ ବି ହେବ ପରିବର୍ତ୍ତନ।

ପ୍ରାୟ ୯ ମାସ ପରେ ଜାନୁଆରୀ ୨୩ ତାରିଖ ଠାରୁ ଶ୍ରୀମନ୍ଦିର (Srimandir) ରେ ମହାପ୍ରଭୁ (Puri Jagannath) ଙ୍କ ଦର୍ଶନ ଆରମ୍ଭ ହୋଇଛି। ତେବେ ଏଥିପାଇଁ ସ୍ୱତନ୍ତ୍ର SOP ସହ କୋରୋନା କଟକଣା ଲାଗିଛି। ଏବେ ଶ୍ରଦ୍ଧାଳୁଙ୍କୁ କୋରୋନା ନେଗଟିଭ୍ ରିପୋର୍ଟ (Covid Report) ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁଥିପାଇଁ ଅନେକ ଭକ୍ତ ଜଗା (Lord Jagannath) ଦର୍ଶନରୁ ବଞ୍ଛିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ପ୍ରବେଶ ନିୟମକୁ କୋହଳ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। 

Also Read: କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ଶ୍ରୀମନ୍ଦିରରେ କୋରୋନା କଟକଣା (Corona Guidline) ନେଇ ରବିବାର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା, ଏସପି, ବିଭିନ୍ନ ପ୍ରାଶାସନିକ ଅଧିକାରୀ ଓ ପରିଚାଳନା ସଦସ୍ୟ ଉପସ୍ଥିତ ଥିଲେ। କିଭଳି ଦର୍ଶନ ବ୍ୟବସ୍ଥାରେ କୋହଳ କରାଯାଇ ପାଇବ ସେନେଇ ଆଲୋଚନା ହୋଇଛି।

ଜଗା ଭକ୍ତଙ୍କ ପାଇଁ ଖୁସି ଖବର: ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ କୋରୋନା କଟକଣା କୋହଳ

ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ କୋଭିଡ୍‌ ନେଗେଟିଭ ରିପୋର୍ଟ ଆବଶ୍ୟକ ନାହିଁ। ଫଟୋ ପରିଚୟ ପତ୍ର ନଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୨୧ ତାରିଖରୁ ପୁରୀବାସୀ (Puri) ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶକରିବେ। ସାଧାରଣ ଦର୍ଶନ ସକାଳ ୭ଟାରେ ଆରମ୍ଭ ହେବ।

Also Read: ସୀମା ଲଙ୍ଘିଲେ ସେବାୟତ! କାକଟପୁରରେ ପୋଲିସ ପରିବାର ଉପରେ ସଙ୍ଘବଧ ଆକ୍ରମଣ

ସେହିପରି ଜାନୁଆରୀ ୨୧ ତାରିଖ ପରଠୁ ଦୈନିକ ୩୦ ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ୫ଟା ୪୫ ସୁଦ୍ଧା ମଙ୍ଗଳଆଳତୀ ସାରିବାକୁ ମଧ୍ୟ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ। ଦିନକୁ ଦିନ ଖରା ବଢୁଥିବାରୁ ପ୍ରଯ୍ୟାପ୍ତ ମାତ୍ରାରେ ପାନୀୟ ଜଳର ଯୋଗାଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ତେବେ ପୂର୍ବଭଳ ସାମାଜିକ ଦୂରତା, ମାସ୍କକୁ ଶ୍ରୀମନ୍ଦିର ପରିସରରେ ଗୁରୁତ୍ୱ ଦିଆଯିବ। ଆନନ୍ଦ ବଜାରରେ ମହାପ୍ରସାଦ ଖାଇବାକୁ ବାରଣ କରାଯାଇଛି। ତେବେ ଆବଶ୍ୟକ ଅନୁସାରେ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ତିଆରି ହୋଇଥିବା SOPରେ ପରିବର୍ତ୍ତନ କରାଯାଇ ପାରିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।