Advertisement
Article Detail0/zeeodisha/odisha682226

ଉତ୍ତରପ୍ରଦେଶ-ଦିଲ୍ଲୀ ସୀମାରେ ଶ୍ରମିକଙ୍କୁ ଲୁଟୁଛନ୍ତି ଟ୍ରକ ଚାଳକ

କୋରୋନା ଭାଇରସ ଏବଂ ଲକଡାଉନ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ସମସ୍ୟାର ବୋଝ ଲଦି ହୋଇପଡ଼ୁଛି। ଗୋଟିଏ ପଟେ ରୋଜଗାର ଠପ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୈନନ୍ଦିନ ଜୀବନ ବର୍ତ୍ତମାନ ବେଶ ସଂକଟ ଦେଇ ଗତି କରୁଛି। ତେବେ ଏହାର ଭରପୁର ସୁଯୋଗ ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତିବିଶେଷ।  ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ

ଉତ୍ତରପ୍ରଦେଶ-ଦିଲ୍ଲୀ ସୀମାରେ ଶ୍ରମିକଙ୍କୁ ଲୁଟୁଛନ୍ତି ଟ୍ରକ ଚାଳକ

ନୂଆଦିଲ୍ଲୀ: କୋରୋନା ଭାଇରସ ଏବଂ ଲକଡାଉନ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ସମସ୍ୟାର ବୋଝ ଲଦି ହୋଇପଡ଼ୁଛି। ଗୋଟିଏ ପଟେ ରୋଜଗାର ଠପ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୈନନ୍ଦିନ ଜୀବନ ବର୍ତ୍ତମାନ ବେଶ ସଂକଟ ଦେଇ ଗତି କରୁଛି। ତେବେ ଏହାର ଭରପୁର ସୁଯୋଗ ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତିବିଶେଷ। 

ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏହାର ସୁଯୋଗ ନେଇ କିଛି ଅର୍ଥଲୋଭୀ ଟ୍ରକ ଚାଳକ ସେମାନଙ୍କୁ ଅଣନିଶ୍ୱାସୀ ହୋଇ ଲୁଟୁଥିବା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଛି। ଟ୍ରକ୍ ଚାଳକମାନେ ୪୦ ରୁ ୫୦ ଜଣ ଶ୍ରମିକଙ୍କୁ ନେବାକୁ ଗୋଟିଏ ଟ୍ରିପ ପାଇଁ ସେମାନଙ୍କ ନିକଟରୁ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିଆଯାଉଛି। ଶ୍ରମିକମାନେ କହିଛନ୍ତି ଯେ ପୋଲିସ ସେମାନଙ୍କୁ ଚାଲିଚାଲି ଯିବାକୁ ଦେଉନାହିଁ ଏବଂ ଟ୍ରକ ଚାଳକମାନେ ତିନି-ତିନି, ଚାରି-ଚାରି ହଜାର ଟଙ୍କା ବାଧ୍ୟତାମୁଳକ ଭାବେ ନେଉଛନ୍ତି। ଏହି ଟ୍ରକଗୁଡ଼ିକ ମଧ୍ୟ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଜଣେ ଟ୍ରକ ଚାଳକ ସ୍ୱୀକାର କରିଛନ୍ତି ଯେ ସେ ୪୦ରୁ ୫୦ ଜଣ ଲୋକଙ୍କୁ ଏକାଠି ଗୋରଖପୁରକୁ ନେଉଛନ୍ତି ଏବଂ ସେ ଏଥିପାଇଁ ୧ ଲକ୍ଷ ଟଙ୍କା ନେଉଛନ୍ତି। 

ସୂଚନାଯୋଗ୍ୟ, ଆଜି ରାତି ପ୍ରାୟ ସାଢେ ତିନିଟାରେ ୟୁପିର ଅରାୟାଠାରେ ଦୁଇଟି ଟ୍ରକ୍ ଧକ୍କାରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ସାଗର-କାନପୁରରେ ଏପରି ଏକ ଦୁର୍ଘଟଣା ଘଟିଥିଲା ​​ଯେଉଁଥିରେ ଶ୍ରମିକ ଭର୍ତ୍ତି ଏକ ଟ୍ରକ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଯମୁନା ଏକ୍ସପ୍ରେସୱେରେ ଏକ ଟେମ୍ପୋକୁ ଟ୍ରକ ଧକ୍କା ଦେଇଛି ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ୟୁପି ଦୁର୍ଘଟଣାର ବିଭିନ୍ନ ମାମଲାରେ ସମୁଦାୟ ୩୨ ଜଣ ପ୍ରାଣ ହରାଇଛନ୍ତି।

Add Zee News as a Preferred Source

 

 

About the Author