ଆଜି ବାହାରିବ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ

ଆଜି ଆସିବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ। 

ଆଜି ବାହାରିବ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ

ସମ୍ବଲପୁର: ଆଜି ଆସିବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ। ସମ୍ବଲପୁରର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ହେଉଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହେବ । ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ହେଉଥିବା ଏହି ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଆଜି ଲଗ୍ନ ନିର୍ଦ୍ଧାରିତ ହେବ । ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ପଣ୍ଡିତ ମହାସଭା ଦ୍ୱାରା ଆରମ୍ଭ ହେବ ନୂଆଁଖାଇ ଲଗ୍ନଧାର୍ଯ୍ୟ ବୋଲି ସୂଚନା ମିଳିଛି।

ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ଅର୍ଥାତ୍ ନନ୍ଦୋତ୍ସଵ ଦିନ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଥାଏ । ପଣ୍ଡିତ ମହାସଭାର ସଦସ୍ୟମାନେ କେଉଁ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ ସେହି ସମୟକୁ ନିର୍ଘଣ୍ଟ କରିଥାନ୍ତି । ଆଉ ଏହି ନିର୍ଦ୍ଧାରିତ ସମୟରେ ସମ୍ବଲପୁର ତଥା କେତେକ ଜିଲ୍ଲାବାସୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କଲା ପରେ ଘରେ ଘରେ ନୂଆଁଖାଇ ପାଳନ ହୋଇଥାଏ। 

ପଶ୍ଚିମ ଓଡିଶାର ପରମ୍ପରା ଅନୁସାରେ ନୂଆଁ ଫସଲ ଅନ୍ନକୁ ପ୍ରଥମେ ମାଆ ସମଲେଲେଶ୍ୱରୀ ବା ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରନ୍ତି । ପରେ ସେହି ଅନ୍ନକୁ ପ୍ରସାଦ ଭାବେ ସପରିବାର ଖାଇଥାନ୍ତି । ଏହା ପରେ ହୋଇଥାଏ ଜୁହାର ଭେଟ କାର୍ଯ୍ୟକ୍ରମ । ପ୍ରତିବର୍ଷ ଗଣେଶ ଚତୁର୍ଥୀର ପରଦିନ ଋଷି ପଞ୍ଚମୀ ତିଥୀକୁ ନୂଆଁଖାଇ ଭାବେ ପାଳନ କରାଯାଇ ଥାଏ।