ଆଜି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
Advertisement

ଆଜି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଦିନ ୧୧ଟା ବେଳେ ଆନୁଷ୍ଠାନିକ ପୂଜା ସହ ହୀରାକୁଦ ନଦୀବନ୍ଧର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ।

 

ଫାଇଲ ଫଟୋ

ସମ୍ବଲପୁର: ଆଜି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ସେଥିପାଇଁ ଡ୍ୟାମ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଦିନ ୧୧ଟା ବେଳେ ଆନୁଷ୍ଠାନିକ ପୂଜା ସହ ହୀରାକୁଦ ନଦୀବନ୍ଧର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ।

ହିରାକୁଦରୁ ଜଳ ନିଷ୍କାସନ ପୂର୍ବରୁ ତଳି ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବା ପାଇଁ ସୂଚନା ପ୍ରଦାନ କରାଯାଇଛି। ହୀରାକୁଦ ନଦୀବନ୍ଧର ଜଳ ସ୍ତର ୬୧୮ ଫୁଟ ରହିଥିବା ବେଳେ ଖୋଲାଯାଇଥାଏ। କିନ୍ତୁ ଏଥର ଜଳସ୍ତର କିଛି କମ ରହିଛି। ଆଜି ସକାଳ ୬ଟା ରିପୋର୍ଟ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୯.୨୭ ଫୁଟ ରହିଛି। 

Also Read: କେନାଲରେ ଏକାଧିକ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଉପରମୁଣ୍ଡରୁ ୬୪,୪୦୯ କ୍ୟୁସେକ ଜଳ ନଦୀବନ୍ଧକୁ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ ୨୩,୫୮୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ନଦୀ ବନ୍ଧର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ସେଥିପାଇଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।