Advertisement
Article Detail0/zeeodisha/odisha685546
Zee OdishaOdisha Stateଅନ୍ତର୍ଜାତୀୟ ସଂଗୀତ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଗାୟିକା ଅନ୍ତରା

ଅନ୍ତର୍ଜାତୀୟ ସଂଗୀତ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଗାୟିକା ଅନ୍ତରା

ବାଂଲାଦେଶରେ ଗୀତ ଗାଇଲେ ଅନ୍ତରା

ଅନ୍ତର୍ଜାତୀୟ ସଂଗୀତ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଗାୟିକା ଅନ୍ତରା

ଭୁବନେଶ୍ୱର: ଅନ୍ତର୍ଜାତୀୟ ସଂଗୀତ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ପବିତ୍ର ଇଦ ପର୍ବ ଅବସରରେ ବାଂଲାଦେଶରେ ତାଙ୍କ ଏକ ଗୀତ 'ଦିନ ଚୋଲେ ଯାୟ୍' ମୁକ୍ତିଲାଭ କରିବାକୁ ଯାଉଛି। ତାଙ୍କ ସହିତ ଏହି ଗୀତକୁ ବାଂଲାଦେଶର ଖ୍ୟାତନାମା ଗାୟକ ମଲୟ ଦୋସ୍ତିଦାର ଗାଇଛନ୍ତି। 

ଏହି ଗୀତଟିକୁ ବ୍ଲୁ ଆଇଜ୍ ତରଫରୁ ପ୍ରସ୍ତୁତ କରାଯାଇଛି। ତେବେ ଗୀତଟି ବମ୍ବେର ପଞ୍ଚମ ଷ୍ଟୁଡିଓରେ ରେକର୍ଡ କରାଯାଇଛି । ଏହାକୁ ଲେଖିଛନ୍ତି ବମ୍ବେର ଖ୍ୟାତନାମା ଗୀତିକାର ଗୈାତମ ସୁସ୍ମିତ ଓ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ରିକି । 

ବମ୍ବେର ଦାମନଠାରେ ଏହାର ସୁଟିଂ କରାଯାଇଛି । ଆଶା କରାଯାଉଛି ଆଗାମୀ ଇଦ୍ ପର୍ବ ଅବସରରେ ଏହି ଗୀତଟି ବାଂଲାଦେଶ ସହିତ ସାରା ଭାରତରେ ଲୋକପ୍ରିୟ ହେବ ।

Add Zee News as a Preferred Source
About the Author