ନୂଆପଡାରେ କ'ଣ କହିଲେ ନବୀନ?
Advertisement
Article Detail0/zeeodisha/odisha863196

ନୂଆପଡାରେ କ'ଣ କହିଲେ ନବୀନ?

ରାଜା ଏଟି ହାଇସ୍କୁଲ ପଡ଼ିଆରେ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ସମ୍ବୋଧିତ କରି ସରକାରଙ୍କ ବିକାଶର ଗାଥା ଶୁଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଉପସ୍ଥିତ ଥିଲେ।

ନୂଆପଡାରେ କ'ଣ କହିଲେ ନବୀନ?
ନୂଆପଡାରେ କ'ଣ କହିଲେ ନବୀନ?

ନୂଆଦିଲ୍ଲୀ: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରିଛନ୍ତି। ନୂଆପଡ଼ାର ଖଡ଼ିଆଳ ସମାବେଶରେ ଯୋଗ ଦେଇ ସେ ଜିଲ୍ଲାବାସୀଙ୍କୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ସବୁ ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ ପ୍ରକଳ୍ପ, ରାସ୍ତାଘାଟ, ଯାତାୟତର ସୁବିଧା ପ୍ରମୁଖର ଉଦଘାଟନ ମଧ୍ୟ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ନବୀନ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ନୂଆପଡ଼ା ତିଖାଲିରେ ୧୭୫୪ କୋଟି ବ୍ୟୟରେ ଏହି ଜଳସେଚନ ପ୍ରକଳ୍ପ ହୋଇଛି। ରାଜା ଏଟି ହାଇସ୍କୁଲ ପଡ଼ିଆରେ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ସମ୍ବୋଧିତ କରି ସରକାରଙ୍କ ବିକାଶର ଗାଥା ଶୁଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଉପସ୍ଥିତ ଥିଲେ। ତେବେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କ'ଣ କହିଥିଲେ, ଆସନ୍ତୁ ଜାଣିବା...

Also Read: ପଶ୍ଚିମ ଓଡ଼ିଶାର ବିକାଶ ଚିନ୍ତା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ                 

"ଆଜି ନୂଆପଡା ଆସି ମୁଁ ବହୁତ ଖୁସି। ଏହି ଅବସରରେ ଆପଣମାନଙ୍କୁ ମୋର ଜୁହାର।

ସ୍ଵାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା। ବିଶେଷ କରି ଆମର ମାଆମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ। ନୂଆପଡା ଭେଲା ଗାଁର ମାଆମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ଅବସରରେ ସେହି ସଂଗ୍ରାମୀ ମାଆମାନଙ୍କୁ ମୋର ପ୍ରଣାମ ଜଣାଉଛି। ଆପଣ ଜାଣନ୍ତି ୨୦୨୨ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ। ଭେଲାର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର Memorial କରାଯିବ।  

୧୯୯୩ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ।  ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମାଆର ସବୁଠାରୁ ସାନ ପିଲା। ସେ ପୁଣି ଦୂରରେ ଅଛି। ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି, ମୁଁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି।”

ଆଜି ନୂଆପଡାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି। ଅନୁଭବ କରିପାରୁଛନ୍ତି। ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା। ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି।  ନୂଆପଡାର District Headquarter Hospital ରାଜ୍ୟର ବଡ ବଡ ସହରର ହସ୍ପିଟାଲ ଠାରୁ କିଛି କମ ନୁହେଁ। ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ। ନୂଆପଡାରେ ଶିଶୁ ମୃତ୍ୟୁ ହାର ବହୁତ କମିଛି। ମାଆ ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି।

Also Read:  କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

ନୂଆପଡାର ପାଣିରେ ରହିଛି Fluorideର ସମସ୍ଯା। ଏହା ହେଉଛି ଜିଲ୍ଲାବାସୀଙ୍କ ବଡ ସମସ୍ଯା। Fluoride ପଣି ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ଭଲ ପିଇବା ପାଣି ପାଇଁ ମାଆମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା। ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା। ଆଜି ନୂଆପଡାର ୫୫ percent ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ। ୧୦୦ରୁ ଅଧିକ Fluoride Removal Plant Install କରାଯାଇଛି।  ୯୦୦ରୁ ଅଧିକ ଗାଁକୁ Fluoride ସମସ୍ଯାରୁ ୧୦୦ Percent ମୁକ୍ତ କରାଯାଇ ପାରିଛି। 

କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା ମଧ୍ୟ ଦିଆ ଯାଇଛି। ୨୦୨୨ ସୁଧା ନୂଆପଡାର ସବୁ ପରିବାରକୁ ୧୦୦ percent ପାଇପପାଣି ଯୋଗାଇ ଦିଆଯିବ। ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ଟି Pipe Water Supply Project ଓ ଗୋଟିଏ Mega pipe water supply project କାମ ଚାଲିଛି।

ଏବେ ମୁଁ Lower Indra ପ୍ରକଳ୍ପକୁ ଆସିବି। ଏ ପ୍ରକଳ୍ପ ସାରା ରାଜ୍ୟ  ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ। ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ତ୍ୟାଗ ପାଇଁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ଟି ଗାଁ ର୧,୮୦,୦୦୦ ଲୋକ ଉପକାର ପାଇବେ। 

Also Read:  ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ତାଲା; ଥାଳି, ଗିନା ବାଡେଇ ନିଯୁକ୍ତି ମାଗିଲେ ଶିକ୍ଷକ

ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର Mega Lift Irrigation Project ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାଦ୍ବାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ। Lower Indra Project Underground Pipeline Technology ରେ ହୋଇଛି। ତେଣୁ ଏହି Project ରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି।

ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ବିକାଶର ଏ ଯାତ୍ରାରେ  ଆପଣମାନଙ୍କ ଅବଦାନ ରହିଛି। ନୂଆପଡାରେ ଜଳସେଚନ ସୁବିଧା ବଢିଛି।  ନୂଆପଡାରେ ଜଳସେଚନ ସୁବିଧା ୫୪ percent ବଢିଛି। ଜିଲ୍ଲାର ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି। ଧାନ ଉତ୍ପାଦନ ବଢିଛି। କପା ଚାଷ, ମକା ଚାଷ ମଧ୍ୟ ବଢିଛି।

Lower Indra Dam siteରେ ଏକ Science Park ଓ Museum କରାଯିବ ବୋଲି ମୁଁ ଘୋଷଣା କରୁଛି। ଏଥିରେ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ପିଲାମାନଙ୍କ ଭିତରେ Science ପ୍ରତି ଆଗ୍ରହ ବଢିବ। ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ।

Also Read: ସାବାଡ ହେବେ ଅପରାଧି; ଟ୍ୱିନସିଟି CP ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି। ରାଜ୍ୟରେ Sports Activity ସହିତ ନୂଆପଡା ଯୋଡି ହେବ। ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି Indoor Stadium କରାଯିବ। ଖଡିଆଳ Autonomous Collegeରେ Sports Facilityର ବିକାଶ କରାଯିବ। ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ।

ବିଜୁବାବୁଙ୍କର ସେଦିନର ସାନ ପିଲା 'ନୂଆପଡା' ଆଜି ବଡ ହୋଇଛି। ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ବହୁତ ଖୁସି। ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ।"

;