Advertisement
Article Detail0/zeeodisha/odisha863283

ଶେଷରେ ବୁର୍ଲା ପହଞ୍ଚିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଭିମସାର ଯାଇ ଏକ ଉଚ୍ଚସ୍ତରୀୟ ଵୈଠକରେ ସ୍ଥିତି ସମୀକ୍ଷା କରାଯିବା ସହ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶେଷରେ ବୁର୍ଲା ପହଞ୍ଚିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଶେଷରେ ବୁର୍ଲା ପହଞ୍ଚିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ବୁର୍ଲା ଭୀମସାର ମେଡିକାଲର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କେବଳ ପଶ୍ଚିମ ଓଡିଶା ନୁହଁ ପଡୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ଼ର ଲୋକେ ମଧ୍ୟ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ। ଏଥିପାଇଁ ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଭିମସାର ଯାଇ ଏକ ଉଚ୍ଚସ୍ତରୀୟ ଵୈଠକରେ ସ୍ଥିତି ସମୀକ୍ଷା କରାଯିବା ସହ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। 

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ (Naba Kisore Das) ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଭିମସାର (VIMSAR) ର ଉନ୍ନତି ନେଇ ସମୀକ୍ଷା କରାଯାଇଥିଲା। ବୁର୍ଲା ଭୀମସାର ମେଡିକାଲକୁ ଆଗକୁ ଉନ୍ନତମାନର ସେବା ଯୋଗାଇବା ସହ ସାଧାରଣ ଲୋକେ କିପରି ଲାଭ ପାଇପାରିବେ ସେନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା କରିଥିଲେ। ମୁଖ୍ୟତଃ ICUକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନାଏକ, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, DMET ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସମେତ କାର୍ଯ୍ୟନିର୍ବାହୀ ସଦସ୍ୟ, ଭୀମସାରର ବିଭିନ୍ନ ବିଭାଗର ଡାକ୍ତର ଓ ସ୍ଥାନୀୟ ସଚେତନ ନାଗରିକ ସାମିଲ ହୋଇଥିଲେ।

Also Read: କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

Add Zee News as a Preferred Source

ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ନିର୍ଦ୍ଦେଶରେ ବୁର୍ଲା (Burla) ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଭୀମସାର (Hospital) ଫାୟାର ସେପ୍ଟି କ୍ଲିଅରାନ୍ସ, ଯନ୍ତ୍ରପାତିର ଅଭାବ, ମାନବ ସମ୍ବଳର ଅଭାବ, ଡାକ୍ତରଙ୍କ କ୍ୟାଡର ମର୍ଜ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଏହାସହ ଅଟୋନମିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଭାଗ (Odisha Health Dept)  ଓ ଅର୍ଥ ମନ୍ତ୍ରାଳୟ (Finance Dept) ମଧ୍ୟରେ ଆଲୋଚନା ହୋଇସାରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ରାଜ୍ୟ ସରକାର ପଶ୍ଚିମ ଓଡିଶା (Western Odisha) ସହ ପଡୋଶୀ ରାଜ୍ୟ ଛତିଶଗଡ଼ ଏବଂ ଝାରଖଣ୍ଡର (Jharkhand) ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ଭିମସାର ମେଡ଼ିକାଲର ଉନ୍ନତିକରଣ ସହ ଏହାର ବିକାଶ ଦିଗରେ ସଠିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସପେଟେ ଭିସୁଟ (VSSUT) ଛାତ୍ରଛାତ୍ରୀ କୋରୋନା (Covid19) ନେଗେଟିଭ୍ ଓ ପଜିଟିଭ୍ ହେବା ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ ସେବାବଦରେ କୌଣସି ସୂଚନା ମିଳିନାହିଁ। 

 

About the Author