Odisha: ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ପଠାଇବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ
Advertisement

Odisha: ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ପଠାଇବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ

ITR Official Arrest: ପୋଲିସ ସୂଚନା ଅନୁସାରେ ଚାନ୍ଦିପୁର ଥାନା ସବ୍-ଇନ୍ସପେକ୍ଟର ଚନ୍ଦ୍ରଶେଖର ମହାନ୍ତି ଏକ ଲିଖିତ ରିପୋର୍ଟ ଦାଖଲ କରିଛନ୍ତି ଯେ ଆଇଟିଆର ଅଧିକାରୀ ଜଣଙ୍କ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନୀ ଏଜେଣ୍ଟକୁ ଯୌନ ତଥା ଆର୍ଥିକ ସନ୍ତୁଷ୍ଟ ପାଇଁ ପଠାଇଛନ୍ତି।

Odisha: ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ପଠାଇବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ

Odisha Police Arrests ITR Officer: ପାକିସ୍ତାନୀ ଏଜେଣ୍ଟଙ୍କୁ ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ପଠାଇବା ଅଭିଯୋଗରେ ବାଲେଶ୍ୱର ପୋଲିସ ଚାନ୍ଦିପୁରସ୍ଥିତ ଡିଆରଡ଼ିଓ ଆଇଟିଆର ଠାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଆଇଟିଆର ସଂସ୍ଥାର ଜଣେ ବରିଷ୍ଠ ବୈଷୟିକ ଅଧିକାରୀ ବୋଲି ପୋଲିସ କହିଛି। ଏହି ଘଟଣାରେ ଆଇପିସିର ଧାରା ୧୨୦-ଏ, ୧୨୦-ବି ଏବଂ ୩୧ ଏବଂ ସରକାରୀ ଗୋପନୀୟତା ଆଇନ ଧାରା ୩, ୪, ୫ ଅଧୀନରେ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ କରିଛି।

ପୋଲିସ ସୂଚନା ଅନୁସାରେ ଚାନ୍ଦିପୁର ଥାନା ସବ୍-ଇନ୍ସପେକ୍ଟର ଚନ୍ଦ୍ରଶେଖର ମହାନ୍ତି ଏକ ଲିଖିତ ରିପୋର୍ଟ ଦାଖଲ କରିଛନ୍ତି ଯେ ଆଇଟିଆର ଅଧିକାରୀ ଜଣଙ୍କ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନୀ ଏଜେଣ୍ଟକୁ ଯୌନ ତଥା ଆର୍ଥିକ ସନ୍ତୁଷ୍ଟ ପାଇଁ ପଠାଇଛନ୍ତି। ଏନେଇ ହ୍ୱାଟସ୍ ଆପ୍ ବାର୍ତ୍ତାଳାପ ଏବଂ ଯୌନ ଚିତ୍ର ଏବଂ ଭିଡିଓ ଆଦାନପ୍ରଦାନ ହୋଇଛି। ପାକିସ୍ତାନୀ ଏଜେଣ୍ଟଙ୍କ ସହ ଏହି ଆଇଟିଆର ଅଧିକାରୀ ଜଣଙ୍କ ପ୍ରାୟ ବର୍ଷେ ଧରି ଯୋଗରେ ରହିଥିଲେ। ଯିଏ ରାୱଲପିଣ୍ଡି ଠାରେ କାର୍ଯ୍ୟ କରୁଥିଲେ। 

ଅଭିଯୁକ୍ତ ଆଇଟିଆର ଅଧିକାରୀଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହି ଘଟଣାରେ ପ୍ରଥମେ ସମୁଦାୟ ୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ, ପରେ ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଛାଡ଼ି ଦେଇଥିଲା। ପରେ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଏହି ଅପରାଧରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି।