୪୮ ଘଣ୍ଟାରେ ଲଘୁଚାପ, ୩ ଦିନ ପ୍ରବଳ ବର୍ଷିବ!

ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସହ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି । ତେବେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇନଥିବା ବେଳେ ୧୨ ଘଣ୍ଟା ମଧ୍ୟରେ କେବଳ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି ଜିଲ୍ଲା ସମତେ ଅନ୍ୟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୪୮ ଘଣ୍ଟାରେ ଲଘୁଚାପ, ୩ ଦିନ ପ୍ରବଳ ବର୍ଷିବ!

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ୪୮ ଘଣ୍ଟାରେ ଲଘୁଚାପ, ତିନି ଦିନ ପ୍ରବଳ ବର୍ଷା, ଆଗୁଆ ସତର୍କ ପାଇଁ ଜିଲ୍ଲାପାଳଙ୍କୁ ଚିଠି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ ଆସନ୍ତା ୧୯ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରିବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rains) ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର ।

ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସହ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି । ତେବେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇନଥିବା ବେଳେ ୧୨ ଘଣ୍ଟା ମଧ୍ୟରେ କେବଳ ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି ଜିଲ୍ଲା ସମତେ ଅନ୍ୟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ୟୁରୋପରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଫ୍ରାନ୍ସରେ ସ୍ଥିତି ଅତ୍ୟନ୍ତ ଭୟାବହ

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୯ ତାରିଖରୁ ବିଶେଷ କରି ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ । ସେହିପରି ସମୁଦ୍ର ଅଶାନ୍ତ ସହ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୪୦ରୁ ୫୦ କିଲୋମିଟର ବେଗରେ ବହିବା ହେତୁ ୧୯ ଓ ୨୦ ତାରିଖ ସମୁଦ୍ର ପ୍ରବେଶ ନେଇ ଧୀବର ମାନଙ୍କୁ ବାରଣ କରାଯାଇଛି । ସେପଟେ ଲଗାଣ ବର୍ଷା ପ୍ରଭାବରେ ଦକ୍ଷିଣ ଓଡିଶାର ନଦୀ ଗୁଡିକରେ ବନ୍ୟା ପରିସ୍ଥିତି, ଭୂସ୍ଖଳନ, ଜଳମଗ୍ନ ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।