Advertisement
Article Detail0/zeeodisha/odisha767340
Zee OdishaOdisha Stateମାଡି ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ବର୍ଷିବ!

ମାଡି ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ବର୍ଷିବ!

Odisha Weather Update: ବର୍ତ୍ତମାନ ଏକ ଟ୍ରଫ ଲାଇନ ସକ୍ରିୟ ରହଛି । ତେବେ ଆସନ୍ତା ୧୮ ତାରିଖ ଯାଏଁ କୌଣସି ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ । 

ମାଡି ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ବର୍ଷିବ!

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ଘନୀଭୂତ ହେଉଛି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ ବଳୟ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା (Heavy Rains) ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅଧିକ ପଢ଼ନ୍ତୁ:-କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

ବର୍ତ୍ତମାନ ଏକ ଟ୍ରଫ ଲାଇନ ସକ୍ରିୟ ରହଛି । ତେବେ ଆସନ୍ତା ୧୮ ତାରିଖ ଯାଏଁ କୌଣସି ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ । କେବଳ ଦକ୍ଷିଣ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହ ୧୯ରୁ ୨୦ ତାରିଖ ଦୁଇଦିନ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ କରିବା ନେଇ ବାରଣ କରିଛି କେନ୍ଦ୍ର ଲାଗିବ ରହିବ ।

Add Zee News as a Preferred Source
About the Author