• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ଆହୁରି ଅଂଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: Odisha Weather Update: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ପୁରୀର ବଳକା ଅଂଶ ଏବଂ ନୟାଗଡ, ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନ ସମେତ କଟକ, ଯାଜପୁର ଓ ମୟୂରଭଂଜ ଜିଲ୍ଲାର କିଛି ଅଂଶରେ ପ୍ରବେଶ କରିଛି ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର

ଆସନ୍ତା ୨୪ ଘଣ୍ଟାରେ ଆହୁରି ଅଂଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଉପକୂଳ-ଉତ୍ତର ଓଡିଶାର ୭ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଏବଂ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଅଧିକ ପଢ଼ନ୍ତୁ:-ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ଏହାସହ ସମୁଦ୍ର ଅଶାନ୍ତ ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଧୀବର ମାନଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ଅପରପଟେ ଜିଲ୍ଲା ସ୍ତରରେ ଆବଶ୍ୟକୀୟ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।