• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପ୍ରବଳ ବର୍ଷା ନେଇ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଝାଡଖଣ୍ଡ ମୁହାଁ ହୋଇ ଆଜି ଉତ୍ତର ପ୍ରଦେଶ ସଂଲଗ୍ନ ବିହାର ଆଖପାଖ ଅଂଚଳରେ ସକ୍ରିୟ ରହିଛି । ଏହାସହ ରାଜସ୍ଥାନ ମଧ୍ୟ ଦେଇ ଏକ ଟ୍ରଫ୍ ଲାଇନ ଲମ୍ବିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା (Rains) ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କ

ପ୍ରବଳ ବର୍ଷା ନେଇ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଝାଡଖଣ୍ଡ ମୁହାଁ ହୋଇ ଆଜି ଉତ୍ତର ପ୍ରଦେଶ ସଂଲଗ୍ନ ବିହାର ଆଖପାଖ ଅଂଚଳରେ ସକ୍ରିୟ ରହିଛି । ଏହାସହ ରାଜସ୍ଥାନ ମଧ୍ୟ ଦେଇ ଏକ ଟ୍ରଫ୍ ଲାଇନ ଲମ୍ବିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା (Rains) ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବୁଧବାର ସକାଳ ୮ଟା ୩୦ ମଧ୍ୟରେ ୭ ଜିଲ୍ଲା ମୟୂରଭଂଜ, କେଉଁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନବରଙ୍ଗପୁର, ନୂଆପଡାରେ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । 

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ସେହିପରି ଆସନ୍ତାକାଲି ୮ ଜିଲ୍ଲା, ୧୭ ତାରିଖରେ ୧୦ ଜିଲ୍ଲା ଓ ୧୮ ତାରିଖରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ଚାଷୀ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।