ସକ୍ରିୟ ଲଘୁଚାପ, ଆହୁରି ୪ ଦିନ ବର୍ଷିବ !
Advertisement

ସକ୍ରିୟ ଲଘୁଚାପ, ଆହୁରି ୪ ଦିନ ବର୍ଷିବ !

Odisha Weather Update:  ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ଓଡିଶାରେ ହାଲକା ବର୍ଷା ସହ ଉପକୂଳ ଆଭ୍ୟନ୍ତରୀଣ ଓଡିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସକ୍ରିୟ ଲଘୁଚାପ, ଆହୁରି ୪ ଦିନ ବର୍ଷିବ !

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ ଓଡିଶା ଉପକୂଳରେ ସକ୍ରିୟ ରହିଛି । ଏହାସହ ଏକ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଆସନ୍ତା ୧୨ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଂଜାମ, ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ଗଜପତି, ରାୟଗଡା, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ, ବଲାଙ୍ଗିର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମୋଟ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ଓଡିଶାରେ ହାଲକା ବର୍ଷା ସହ ଉପକୂଳ ଆଭ୍ୟନ୍ତରୀଣ ଓଡିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ କରିବାକୁ ମନା କରାଯାଇଛି ।