Advertisement
Article Detail0/zeeodisha/odisha771738
Zee OdishaOdisha State୨ ଦିନରେ ଫେରିବ ମୌସୁମୀ

୨ ଦିନରେ ଫେରିବ ମୌସୁମୀ

Odisha Weather Update: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଅବପାତ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇଛି ।

୨ ଦିନରେ ଫେରିବ ମୌସୁମୀ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ୨ ଦିନରେ ଫେରିବ ମୌସୁମୀ ।  ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାହୁଡିବା ନେଇ ପାଗ ଅନୁକୂଳ ରହିଛି, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରୁ ଏହା ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ସାରା ଓଡିଶାରୁ ଏହା ଫେରିଯିବ ।

ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଅବପାତ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇଛି । ଓଡିଶାରେ ଏହାର ଆଉ କୌଣସି ପ୍ରଭାବ ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ପ୍ରବଳ ବର୍ଷାର ସତର୍କ ସୂଚନା ନାହିଁ । ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଉପକୂଳ ଓଡିଶା ସମେତ କେଉଁଝର, ମୟୂରଭଂଜ, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ କେତେ ମିଳିବ ଦୀପାବଳି ବୋନସ, ଜାଣନ୍ତୁ ସରକାରଙ୍କ ଗଣିତ

Add Zee News as a Preferred Source

ସେପଟେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ହେତୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।

About the Author