ଭୁବନେଶ୍ୱର: Odisha Weather Update: ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ବଳବତ୍ତର ରହିବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୩ ଜିଲ୍ଲା ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୂରଭଂଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନୂଆପଡା ଓ ନବରଙ୍ଗପୁରରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


COMMERCIAL BREAK
SCROLL TO CONTINUE READING

ସେହିପରି ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାପରେ ଧିରେ ଧିରେ ଶୀତର ପ୍ରକୋପ କମିବା ସହ କିଛି ସ୍ଥାନରେ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଓ ଉପକୂଳ ଓଡିଶାରେ ୨ ରୁ ୩ ଡିଗ୍ରୀ ତଳେ ରହିବ । ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।


ଏହା ବି ପଢ଼ନ୍ତୁ:-ରାଜ୍ୟ ପରେ ରାଜଧାନୀରେ ପଶିଲା କି ଓମିକ୍ରନ୍? ଫେରିଲା କଣ୍ଟେନମେଣ୍ଟ୍, ଘାରିଲା ଚିନ୍ତା


ଏହା ବି ପଢ଼ନ୍ତୁ:-ହରିଶ ରାୱତଙ୍କ ଏହି ଟ୍ୱିଟ୍ କଂଗ୍ରେସ ନେତୃତ୍ୱଙ୍କ ହଜାଇ ଦେବ ନିଦ!


ଏହା ବି ପଢ଼ନ୍ତୁ:-ଓମିକ୍ରନ୍ ଆଣିବ କୋରୋନାର ମହାଲହର! ଜାଣନ୍ତୁ କେବେଠୁ ବଢ଼ିବାକୁ ଲାଗିବ ମାମଲା


 


ତେବେ ସତର୍କ ସୂଚନା ଜିଲ୍ଲା ଗୁଡିକରେ ଅତ୍ୟଧିକ ଥଣ୍ଡା (Heavy Cold) ହେତୁ ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି ତେଣୁ ରାତି ଓ ପାହାନ୍ତିଆ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩.୬ ଡ଼ିଗ୍ରୀ ସହ ଫୁଲବାଣୀ ଓଡ଼ିଶାର ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡିରେ ୪.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।