Advertisement
Article Detail0/zeeodisha/odisha696056
Zee OdishaOdisha Stateମାଲିକଙ୍କ ନିର୍ଯାତନା, ଭଡ଼ାଟିଆଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲିକଙ୍କ ନିର୍ଯାତନା, ଭଡ଼ାଟିଆଙ୍କ ଆତ୍ମହତ୍ୟା ଉଦ୍ୟମ

ଘର ମାଲିକଙ୍କ ନିର୍ଯାତନା ସହି ନ ପାରି ଜଣେ ଭଡାଟିଆ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କୁମ୍ଭାରପଡା ଅଞ୍ଚଳରେ ଏକ ଭଡାଘରେ ରହୁଥିବା ଭୋଳା ମହନ୍ତ ନାମକ ଜଣେ ଯୁବକ ଘର ମାଲିକଙ୍କର ନିର୍ଯ

ମାଲିକଙ୍କ ନିର୍ଯାତନା, ଭଡ଼ାଟିଆଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଘର ମାଲିକଙ୍କ ନିର୍ଯାତନା ସହି ନ ପାରି ଜଣେ ଭଡାଟିଆ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

କୁମ୍ଭାରପଡା ଅଞ୍ଚଳରେ ଏକ ଭଡାଘରେ ରହୁଥିବା ଭୋଳା ମହନ୍ତ ନାମକ ଜଣେ ଯୁବକ ଘର ମାଲିକଙ୍କର ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୋରୋନା ଲକଡାଉନ କାରଣରୁ ଭୋଳା ଆର୍ଥିକ ସଂକଟରେ ରହୁଥିଲେ। ସେଥିପାଇଁ ସେ ଘରଭଡା ଦେଇପାରିନଥିଲେ । ଘର ଭଡା ନଦେଲେ ଘର ତୁରନ୍ତ ଖାଲି କରିବାକୁ ମାଲିକ ବାରମ୍ବାର କହିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମାଡ଼ପିଟ ହୋଇଥିଲେ। 

ଏହାକୁ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ଥାନାରେ ସମାଧାନ କରିବା ସହିତ ମିଳାମିଶା ମଧ୍ୟ ପୋଲିସ କରିଦେଇଥିଲା। ହେଲେ ପୁଣି ଘର ମାଲିକ ଦିବାକର ରଣା ଭୋଳାଙ୍କ ପରିବାର ଉପରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା । ଏପରିକି ଭୋଳା ପରିବାର ବ୍ୟବହାର କରୁଥିବା ପାଇଖାନାକୁ ମଧ୍ୟ ତାଲା ପକାଇ ଦେଇଥିଲା ଘର ମାଲିକ । ପୋଲିସର ସମାଧାନ ସତ୍ତ୍ୱେ ଘର ମାଲିକ ନିର୍ଯାତନା ଦେଉଥିବାରୁ  ଭୋଳା ଗତକାଲି ବିଳମ୍ବିତ ରାତିରେ ଏକ କିରାସିନି ଜାର ଧରି ଧନୁପାଲି ଥାନା ପହଞ୍ଚି ଥାନା ସମ୍ମୁଖରେ ନିଜ ଦେହରେ କିରାସିନି ଢ଼ାଳି ନିଆ ଲଗାଇ ଦେଇଥିଲେ। 

Add Zee News as a Preferred Source

ପୋଲିସ ଏହା ଦେଖି ତୁରନ୍ତ ନିଆଁ ଲିଭାଇବା ସହ ଭୋଳାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି। ଭୋଳାର ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି।ପୋଲିସ ଏହି ଘଟଣା ରେ ଘର ମାଲିକ କୁ ଅଟକ ରଖିଛି ।

About the Author