କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍
Advertisement

କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

ଆଜି ସକାଳେ କେସିଙ୍ଗା ରେଳ ଷ୍ଟେସନ (Kesinga Railway Station) ନିକଟରେ ଅକ୍ସିଜେନ୍ ଲିକ୍ (Oxygen leak) ହୋଇଥିବାର ସୂଚନା ମିଳିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅଘଟଣ। କଣ୍ଟେନରରୁ ଲିକ୍ ହୋଇଗଲା ଅକ୍ସିଜେନ୍। ଟ୍ରେନ ଯୋଗେ ପରିବହନ ବେଳେ ଏଭଳି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀର ସହାୟତାରେ ଲିକ୍ ରୋକାଯାଇଥିବା ବେଳେ ରେଳବାଇ ଏହାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ କେସିଙ୍ଗା ରେଳ ଷ୍ଟେସନ (Kesinga Railway Station) ନିକଟରେ ଅକ୍ସିଜେନ୍ ଲିକ୍ (Oxygen leak) ହୋଇଥିବାର ସୂଚନା ମିଳିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଟ୍ରେନ ଯୋଗେ ପରିବହନ ବେଳେ କଣ୍ଟେନରରୁ ଅକ୍ସିଜେନ ଲିକ୍ ହୋଇଥିବା ସୂଚନା ମିଳିଛି।

Also Read: ଅଟୋ ଡ୍ରାଇଭରଙ୍କ ମହାନତା; ଫେରାଇଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଅକ୍ସିଜେନ୍ ବୋଝେଇ ଟ୍ରେନଟି ଝାରସୁଗୁଡା (Jharsuguda) ରୁ ରାୟଗଡା ଅଭିମୁଖେ ଯାଉଥିଲା। ଏଥିରେ ୨୦ରୁ ଊର୍ଦ୍ଧ୍ୱ କଣ୍ଟେନର ସଂଯୋଗ ହୋଇଥିଲା। ଲିକ୍ ଯୋଗୁ ଶତାଧିକ କିଲୋଗ୍ରାମ ଅକ୍ସିଜେନ୍ ନିର୍ଗତ ହୋଇଛି। କେମିତି କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଝାରସୁଗୁଡାରୁ ଏକ ଟିମ ଆସି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।