ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଦେବ Vedanta
Advertisement

ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଦେବ Vedanta

ଖୁବଶୀଘ୍ର ଜିଲ୍ଲାରେ ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ନିର୍ମାଣ କରିବ। ସେଥିପାଇଁ ବୁଧବାର ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି।

ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଦେବ Vedanta

ମୁକେଶ ପ୍ରଧାନ, ଝାରସୁଗୁଡା: ଆଲୁମିନିୟମ୍ ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ଏକ ଉତ୍ପାଦକ ବେଦାନ୍ତ ଝରସୁଗୁଡା। ଖୁବଶୀଘ୍ର ଜିଲ୍ଲାରେ ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ନିର୍ମାଣ କରିବ। ସେଥିପାଇଁ ବୁଧବାର ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ।

fallback

ବେଦାନ୍ତ ଝାରସୁଗୁଡା (Vedanta Jharsuguda)ଏବଂ SRL ଡାଇଗ୍ନୋଷ୍ଟିକର ମିଳିତ ସହଭାଗିତାରେ ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର (diagnostic center) ରେ ଅତ୍ୟାଧୁନିକ ବହୁମୁଖୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଏହି କେନ୍ଦ୍ରରେ ରେଡିଓଲୋଜି, ମ୍ୟାମୋଗ୍ରାଫି, ECG, PFT, TMT, ଭିଜନ, ଡିଜିଟାଲ୍ ଏକ୍ସ-ରେ, ଅଡିଓମେଟ୍ରି ପରି ୫୦୦ରୁ ଅଧିକ ପରୀକ୍ଷା ଏବଂ ବିଶେଷ ସେବା ପ୍ରଦାନ କରାଯିବ। ବୁଧବାର କେନ୍ଦ୍ରର ଭୂମିପୂଜନ (Bhumipujan) ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ (Naba Das) ଏହା କହିଛନ୍ତି। 

fallback

ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ BPL ଶ୍ରେଣୀର ଲୋକଙ୍କୁ ମାଗଣା ଚିକିତ୍ସା ସେବା (Free Health Service)ପ୍ରଦାନ କରାଯିବ। ସାଧାରଣ ବର୍ଗଙ୍କ ଠାରୁ ସର୍ବନିମ୍ନ ରାଶି ଫି ଆକାରରେ ନିଆଯିବ। ସେହିପରି ଯେଉଁ ବୟସ୍କ ବ୍ୟକ୍ତିଙ୍କର ବାର୍ଷିକ ଆୟ ୪୦ ହଜାରରୁ କମ, ସେମାନଙ୍କର ଚିକିତ୍ସା ପାଇଁ DMF ପାଣ୍ଠିରୁ ଅର୍ଥ ବିନିଯୋଗ କରିବାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପାଥୋଲୋଜି ଲ୍ୟାବ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର, ଝାରସୁଗୁଡା ଓ ଆଖପାଖ ଅଞ୍ଚଳର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ବୋଲି ବେଦାନ୍ତ ଆଲୁମିନା CEO  ସି.ଏନ.ସିଂ କହିଛନ୍ତି