)
ସମ୍ବଲପୁର: ସମ୍ବଲପୁର ପୋଲିସକୁ ମିଳିଲା ସଫଳତା । ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କଲା ପୋଲିସ ।ସମ୍ବଲପୁର ପୋଲିସକୁ ମିଳିଲା ସଫଳତା । ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂ ।
ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବାବେଳେ କୌଣସି ଅପହରଣକାରୀ ଗିରଫ ହୋଇନଥିବା ଜଣାପଡିଛି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସଦର ଏସଡିପିଓ ତପନ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ଏସପି ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଗତକାଲି ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିଲେ । ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।ଶୁକ୍ରବାର ସେ ତାଙ୍କର ଡ୍ରାଇଭର ସହ ନିଜ କାରରେ ଯାଉଥିବାବେଳେ ଶାସନ ଛକରେ କୌଣସି କାମରେ ଅଟକିଥିଲେ ଆଉ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ନିକଟସ୍ଥ ଅଞ୍ଚଳକୁ ପଠାଇଥିଲେ ।
ଏହି ସମୟରେ ସେ କାରରେ ଏକୁଟିଆ ଥିବା ଦେଖି କିଛି ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଶାସନ ଥାନାରେ ଅଭିଯୋଗ ହୋଇଥିଲା ।