ବର୍ତ୍ତମାନ କୋରୋନା ମୁକାବିଲା କରୁଛି ରାଜ୍ୟ । ଆମେ ସମସ୍ତେ ଏକ ସଙ୍କଟ ଦେଇ ଗତି କରୁଛେ । ତେବେ ଏହି ସମୟରେ ଶ୍ରମ ମନ୍ତ୍ରୀ କାହିଁକି ଦେଖାଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
Trending Photos
)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: କୋରୋନା ଯୋଗୁଁ ଲକଡାଉନ୍ ହୋଇଥିଲା । ଯାହାର ପ୍ରଭାବ ନିର୍ମାଣ ଶ୍ରମିକଙ୍କ ଉପରେ ବିଶେଷ ଭାବେ ପଡ଼ିଛି । ବର୍ତ୍ତମାନ ଏହି ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ ସମସ୍ତେ ଅବଗତ । ତେବେ ଏହି ସମୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଏବେ ଏହି ଶ୍ରମିକଙ୍କ ଦୁଃଖ କିଏ ବୁଝିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଶ୍ନ କରିଛନ୍ତି ।
ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ କୋରୋନା ମୁକାବିଲା କରୁଛି ରାଜ୍ୟ । ଆମେ ସମସ୍ତେ ଏକ ସଙ୍କଟ ଦେଇ ଗତି କରୁଛେ । ତେବେ ଏହି ସମୟରେ ଶ୍ରମ ମନ୍ତ୍ରୀ କାହିଁକି ଦେଖାଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରମ ମନ୍ତ୍ରୀ ଓ ଶ୍ରମ ବିଭାଗର ଅଫିସର ନିର୍ମାଣ ଶ୍ରମିକଙ୍କ ଟଙ୍କା ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି ।
ପ୍ରଦୀପ କହିଛନ୍ତି, ପାଖାପାଖି ସାରା ରାଜ୍ୟରେ ୩ ଶହ କୋଟି ଟଙ୍କା ଲୁଟ ହୋଇଛି । ସୁରକ୍ଷା କୀଟ୍ ସହ ସୁରକ୍ଷା ଜୋତା କିଣାରେ ମଧ୍ୟ ଲୁଟ ହୋଇଛି । ୧୫ ଟଙ୍କାର ଚଷମା ୬୦ ଟଙ୍କା, ୧୦ ଟଙ୍କାର ହ୍ୟାଣ୍ଡ ଗ୍ଲୋବସକୁ ୯୦ ଟଙ୍କାରେ କିଣାଯାଇଛି । ୧୮୫ ଟଙ୍କାର ସୁରକ୍ଷା ଜୋତାକୁ ୪୧୩ ଟଙ୍କାରେ କିଣିଛନ୍ତି ରାଜ୍ୟ ସରକାର । ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ କିଣାଯାଇଛି । ସେହିପରି କାମ କରିବା ପାଇଁ କିଣା ଯାଇଥିବା ଉପକରଣରେ ମଧ୍ୟ ବ୍ୟାପକ ଘୋଟଲା ହୋଇଛି । ୧୩୦ ଟଙ୍କାର କ୍ୟାରିବ୍ୟାଗ କୀଟକୁ ୮୦୦ ଟଙ୍କାରେ କିଣାଯାଇଥିବା ସେ ଅଭିଯୋଗ କରିଛନ୍ତି ।