Advertisement
Article Detail0/zeeodisha/odisha684448
Zee OdishaOdisha Stateଡାକ୍ତରଖାନାକୁ ଯିବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ

ଡାକ୍ତରଖାନାକୁ ଯିବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ

ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ନେଇ ଅଭିଯୋଗ ହୋଇଛି lମୃତ ମହିଳାଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପବିଙ୍ଗିଆ ଗ୍ରାମରେ lପବିଙ୍ଗିଆ ଗ୍ରାମର କୈଳାସ ପାତ୍ରଙ୍କ ସ୍ତ୍ରୀ ଗୀତାଞ୍ଜଳୀ ପାତ୍ର ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆଶାକର୍ମୀଙ୍କ ସାହଯ୍ୟରେ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ

ଡାକ୍ତରଖାନାକୁ ଯିବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ: ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ନେଇ ଅଭିଯୋଗ ହୋଇଛି lମୃତ ମହିଳାଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପବିଙ୍ଗିଆ ଗ୍ରାମରେ lପବିଙ୍ଗିଆ ଗ୍ରାମର କୈଳାସ ପାତ୍ରଙ୍କ ସ୍ତ୍ରୀ ଗୀତାଞ୍ଜଳୀ ପାତ୍ର ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆଶାକର୍ମୀଙ୍କ ସାହଯ୍ୟରେ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲାl 

ସମ୍ପୃକ୍ତ ମହିଳା ଗୁରୁତର ହେବା ଯୋଗୁଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ତାଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଥିଲା. କୌଣସି ଡାକ୍ତର ଗୀତାଞ୍ଜଳୀଙ୍କୁ କୌଣସି ଡାକ୍ତର ଦେଖିବାକୁ ଆସିନଥିଲେ lଯାହାଫଳରେ ଗର୍ଭବତୀ ମହିଳା ତିନି ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଗର୍ଭବତୀଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା l 

କିନ୍ତୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଡାକ୍ତରଖାନାକୁ ଯାଉଥିବା ବେଳେ ରାସ୍ତାରେ ହିଁ ଆଖି ବୁଜିଲେ ଗର୍ଭବତୀ ମହିଳା l ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏମିତି ଘଟିଲା ତେଣୁ ଡାକ୍ତରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନୁ ହଉ ବୋଲି ଦାବି ରଖିଛନ୍ତି ମୃତ ମହିଳାଙ୍କ ସ୍ଵାମୀ l ହେଲେ ଏନେଇ ଜିଲ୍ଲା ଚିକିତ୍ସାଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

Add Zee News as a Preferred Source
About the Author