Advertisement
Article Detail0/zeeodisha/odisha703373
Zee OdishaOdisha Stateପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ପ୍ରତିବାଦ, ସମ୍ବଲପୁର ଜିଲ୍ଲା କଂଗ୍ରେସର ଦାବିପତ୍ର

ପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ପ୍ରତିବାଦ, ସମ୍ବଲପୁର ଜିଲ୍ଲା କଂଗ୍ରେସର ଦାବିପତ୍ର

ତେଲଦର ବୃଦ୍ଧିକୁ ନେଇ ତେଜୁଛି ଅସନ୍ତୋଷ

ପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ପ୍ରତିବାଦ, ସମ୍ବଲପୁର ଜିଲ୍ଲା କଂଗ୍ରେସର ଦାବିପତ୍ର

ସମ୍ବଲପୁର: ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି  ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସମ୍ବଲପୁର ଜିଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କର୍ମୀମାନେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଜକୁ ୨୧ ଦିନ ହେବ ପେଟ୍ରୋଲ ଓ ଡିଜେଲର ଦାମ ଅହେତୁକ ଭାବରେ ବୃଦ୍ଧି ପାଉଥିବାରୁ ସାଧାରଣ ଜୀବନ ଯାପନ ରେ ଅସୁବିଧା ହେଉଛି।ପନିପରିବା ଠାରୁ ଆରମ୍ଭ କରି ଦୈନିକ ଜୀବନରେ ଵ୍ୟଵହାର୍ଯ୍ୟ ସାମଗ୍ରୀ ର ଦରବୃଦ୍ଧି କୁ ନେଇ ମଧ୍ୟ  ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡୁଛି।ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ତରଫରୁ ପେଟ୍ରୋଲ ଡିଜେଲ ଦରଦାମ ଵୃଦ୍ଧି ରେ ରୋକ ଲଗାଇବା ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ୟେଷ୍ୟ ରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। 

Add Zee News as a Preferred Source
About the Author