• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ନୂଆବର୍ଷ (New Year 2021) ଭିଡକୁ ଦେଖି ୨ ଦିନ ଶ୍ରୀମନ୍ଦିର (Srimandir) ବନ୍ଦ ଥିବା ବେଳେ ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। SOP ଓ କୋଭିଡ ନିୟମକୁ ପ୍ରାଥମିକତା ଦିଆଯିବ। କେବଳ କୋଭିଡ ନେଗେଟିଭ ଥିବା ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ।

କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି
କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ସଞ୍ଜୟ ମହାପାତ୍ର, ପୁରୀ: ଆସନ୍ତାକାଲି ଇଂରାଜୀ ନୂଆବର୍ଷ। ଗୁରୁବାର ନିଳକନ୍ଦରରେ ବିରାଜିତ ମହାପ୍ରଭୁଙ୍କୁ ଏବର୍ଷର ଶେଷ ଦର୍ଶନ କଲେ ହଜାର ହଜାର ଭକ୍ତ। ପୁରୀବାସୀଙ୍କ ସହ କର୍ମଜୀବୀ ଓ ଭଡାଟିଆ ଅତି ସୃଙ୍ଖଳିତ ଭାବେ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି। ପୁଣି ନୂଆବର୍ଷରେ ଦର୍ଶନ କରିବାକୁ ଅଭିଳାଷ ରଖିଛନ୍ତି। 

କାଳିଆ ଦର୍ଶନ (Jagannath Darshan) ନେଇ ୱର୍ଡୱରୀ ଟୋକନ ବଣ୍ଟନରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି। ନୂଆବର୍ଷ (New Year 2021) ଭିଡକୁ ଦେଖି ୨ ଦିନ ଶ୍ରୀମନ୍ଦିର (Srimandir) ବନ୍ଦ ଥିବା ବେଳେ ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। SOP ଓ କୋଭିଡ ନିୟମକୁ ପ୍ରାଥମିକତା ଦିଆଯିବ। କେବଳ କୋଭିଡ ନେଗେଟିଭ ଥିବା ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ। ସେପଟେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ଏସପି କହିଛନ୍ତି।

Also Read: କାଳିଆ ଦର୍ଶନରୁ ବାଦ ପଡିଲେ ସାମ୍ବାଦିକ, ଶ୍ରୀମନ୍ଦିର ଯାଇ ହଟହଟା ସତ୍ୟବାଦୀ ତହସିଲଦାର

 

ଅପରାହ୍ନ ୫ଟାରେ ଶ୍ରୀମନ୍ଦିରରେ କାଳିଆ ଦର୍ଶନ ବନ୍ଦ ହୋଇଛି। ଗୁରୁବାର ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଡଦାଣ୍ଡ ସହିତ ସମଗ୍ର ପୁରୀ (Puri) ଜିଲ୍ଲାରେ ରାତ୍ରିକାଳିନ କର୍ଫ୍ୟୁ (Night Curfew) ଜାରୀ ରହିବ। ଜିରୋ ନାଇଟ (Zero Night) ସେଲିବ୍ରେସନ ଉପରେ କଟକଣା ଲାଗିଛି। ଦୀର୍ଘ ନଅ ମାସ ପରେ କାଳିଆ ଦର୍ଶନ ପାଇ ଭକ୍ତ ବହୁତ ଆନନ୍ଦିତ ଥିବା ଦେଖିବାକୁ ମିଳିଛି।

ବର୍ଷର ଅନ୍ତିମ ଦିନରରେ ୨୮,୨୯ ଓ ୩୧ ନମ୍ୱର ୱର୍ଡବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ପୁରୀରେ ରହିଥିବା କର୍ମଜୀବୀ ଓ ଭଡାଟିଆ ମଧ୍ୟ ଦର୍ଶନ କରିଛନ୍ତି। ସକାଳ ୭ଟାରୁ ପ୍ରଥମ ସିପ୍ଟ ଆରମ୍ଭ ହେବା ମାତ୍ରେ ୨୮ ନମ୍ବର ୱର୍ଡବାସୀ ଦର୍ଶନ କରୁଥିବା ବେଳେ ଦ୍ୱିତୀୟ ସିପ୍ଟରେ ୨୯ ଓ୩୧ ନମ୍ବର ୱର୍ଡବାସୀଙ୍କୁ ଶ୍ରୀମନ୍ଦିରକୁ ଯାଇଥିଲେ। ତୃତୀୟ ସିପ୍ଟ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ଆଗୁଆ ଘୋଷଣା କରିଥିବାରୁ ଅପରାହ୍ନ ୫ଟାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। 

Also Read: କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ

ପୂନର୍ବାର ୨୦୨୧ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ। ପୁରୀବାସୀଙ୍କ ପାଇଁ ସକାଳେ ଓ ସଂନ୍ଧ୍ଯାରେ ଏକ ଘଣ୍ଟା ଲେଖାଏଁ ଦର୍ଶନ ସୁବିଧା ରହିଛି। ସେହି ସମୟ ବ୍ଯତିରେକ ପୁରୀବାସୀଙ୍କ ପାଇଁ ସର୍ବସାଧାରଣଙ୍କ ଭଳି କୋଭିଡ୍ ନେଗେଟିଭ ପ୍ରମାଣ ପତ୍ର ବାଧ୍ୟତାମୂଳକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ପୂର୍ଣ୍ଣ ଭାବେ SOP ଆଧାରରେ ଦର୍ଶନ କରାଯିବ। ୨୩ରୁ ୩୧ମଧ୍ୟରେ ଚାଲିଥିବା ପରୀକ୍ଷା ମୂଳକ ଦର୍ଶନ ବ୍ଯବସ୍ଥାକୁ ଅନୁଶୀଳନ କରିଛି। ଯାହାକିଛି ତୃଟି ବିଚ୍ଯୁତି ରହିଛି ଆଗାମୀ ଜାନୁଆରୀ ୩ ତାରିଖ ସର୍ବସାଧାରଣଙ୍କ ଦର୍ଶନ ସମୟରେ ସୁଧାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। 

ଗୁରୁବାର ଦର୍ଶନ ବେଶ୍ ସୃଙ୍ଖଳିତ ହୋଇଛି। ହଜାର ହଜାର ଭକ୍ତ ମାର୍କେଟ ଛକରୁ ଧାଡିଦର୍ଶନରେ ଆସି ଦର୍ଶନ କରିଛନ୍ତି। ସେପଟେ ୱର୍ଡୱରୀ ଦର୍ଶନ ପାଇଁ ଟୋକନ ବ୍ଯବସ୍ଥାରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି। ଟୋକନ ବିକ୍ରି ଅଭିଯୋଗ ମଧ୍ୟ ଆସିଛି। କେବଳ ବିଜେଡି ଲୋକ ଟୋକନ ପାଇଥିବା ବେଳେ ଅନ୍ୟମାନେ ଟୋକନ ନପାଇ ଦର୍ଶନରୁ ବଞ୍ଚିତ ହୋଇଥିବା କଂଗ୍ରେସ ନେତା ତଥା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଅଭିଯୋଗ କରିଛନ୍ତି।