• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ମହାପ୍ରଭୁଙ୍କ ଜଳକ୍ରୀଡା ଓ ଅକ୍ଷୟ ତୃତୀୟକୁ ନେଇ ବଡ ନିଷ୍ପତି

କୋଭିଡ୍ କଟକଣା ଭିତ୍ତିରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ଶ୍ରୀମନ୍ଦିର (Puri Jagannath Temple) ଭିତରେ ଅକ୍ଷୟ ତୃତୀୟା ନୀତି ସହ ବାହାର ଚନ୍ଦନ ଯାତ୍ରା ହେବନାହିଁ। ବିନାଭକ୍ତରେ ଚନ୍ଦନ ଯାତ୍ରା କରାଯିବ।

 ମହାପ୍ରଭୁଙ୍କ ଜଳକ୍ରୀଡା ଓ ଅକ୍ଷୟ ତୃତୀୟକୁ ନେଇ ବଡ ନିଷ୍ପତି
ସୌ- ସୋସିଆଲ ମିଡିିଆ

ପୁରୀ: ମହାମାରୀ କୋରୋନା ପାଇଁ ଚଳିତବର୍ଷ ମଧ୍ୟ ନିରାଡମ୍ବରରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ରଥ ଅନୁକୂଳରେ ବି ଲାଗିଲା କଟକଣା। ଗତକାଲି  ଗଜପତିଙ୍କ ଅଧ୍ଯକ୍ଷତାରେ ବସିଥିବା ଭର୍ଚ୍ଯୁଆଲ ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଆଜି ଏହି ସମସ୍ତ ନିତୀନିର୍ଘଣ୍ଟ ସ୍ଥିର କରାଯିବ। 

ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ, କୋଭିଡ୍ (Coronavirus) କଟକଣା ଭିତ୍ତିରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ଶ୍ରୀମନ୍ଦିର (Puri Jagannath Temple)  ଭିତରେ ଅକ୍ଷୟ ତୃତୀୟା ନୀତି ସହ ବାହାର ଚନ୍ଦନ ଯାତ୍ରା ହେବନାହିଁ। ବିନାଭକ୍ତରେ ଚନ୍ଦନ ଯାତ୍ରା କରାଯିବ। ଚନ୍ଦନ ଚକଡାକୁ ନୀତି ସହ ଜଡିତ ୫୦ ଜଣ ପାଳିଆ ସେବାୟତଙ୍କ ପ୍ରବେଶ ଉପରେ ଅନୁମତି ରହିଛି।

Also Read: ରାଜଧାନୀରେ ରାଜ୍ୟର ପ୍ରଥମ Black Fungus ରୋଗୀ ଚିହ୍ନଟ

ସେହିପରି ଚନ୍ଦନ ଯାତ୍ରା ପ୍ରସାରଣକୁ ନେଇ ଗଣମାଧ୍ଯମ (Media) ଉପରେ କଟକଣା ଲଗାଯାଇଛି। ଚନ୍ଦନ ଚକଡାକୁ ଯିବାକୁ ବାରଣ କରାଯାଇଛି। ମହାପ୍ରଭୁଙ୍କ (Lord Jagannath) ଜଳକ୍ରୀଡା ପ୍ରସାରଣ ନେଇ ଗଣମାଧ୍ଯମକୁ ପ୍ରଶାସନ  ଫିଡ୍ ଦେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା (Samartha Barma) ସୂଚନା ଦେଇଛନ୍ତି।

ସେପଟେ ଆଜି ଦିନ ସାଢେ ୧୨ଟାରେ ଶ୍ରୀମନ୍ଦିର (Srimandir) ଛତିଷାନିଯୋଗର ଭର୍ଚ୍ଯୁଆଲ ବୈଠକ ବସିବ। ମୁଖ୍ଯ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ଯକ୍ଷତାରେ ଚନ୍ଦନଯାତ୍ରା, ରଥ ଅନୁକୂଳ ପର୍ବର ନୀତିନିର୍ଘଣ୍ଟ ଚୂଡାନ୍ତ ହେବ। ଗତକାଲି ଗଜପତିଙ୍କ ଅଧ୍ଯକ୍ଷତାରେ ବସିଥିବା ଭର୍ଚ୍ଯୁଆଲ ବୈଠକରେ ନିଆଯାଇଥିବା ନିସ୍ପତ୍ତି ଉପରେ ମଧ୍ୟ ଆଲୋଚନା କରାଯିବ। କୋଭିଡ୍ କଟକଣା ଭିତରେ ବିନାଭକ୍ତରେ କିଭଳି ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ସେନେଇ ସେବାୟତ ପ୍ରତିନିଧିମାନଙ୍କ ଠାରୁ ପରାମର୍ଶ ନିଆଯିବ। 

Also Read: କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି

ଏହାବ୍ୟତୀତ ସେବାୟତଙ୍କ ଭେକସିନେସନ (Corona Vaccination) , ଆରଟିପିସିଆର ଟେଷ୍ଟ, ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ସେପଟେ ଗଜପତି (Gajapati Maharaj) ଙ୍କ ପରାମର୍ଶ ଅନୁସାରେ ଚନ୍ଦନଯାତ୍ରା (Chandan Yatra) ପୂର୍ବରୁ ଆଜି ଜିଲ୍ଲାପାଳ ସ୍ଥିତି ପରଖିବା ସହ ଚନ୍ଦନ ଚକଡା, ନିଳାଦ୍ରୀ ଭକ୍ତ ନିବାସ ଓ ଉତ୍କଳ ହିନ୍ଦୀ ବିଦ୍ଯାପିଠ ସ୍ଥଳ ପରିଦର୍ଶନ କରିବେ। 

ଆସନ୍ତାକାଲି ଠାରୁ ରଥନିର୍ମାଣ ସେବକ ଓ ଚନ୍ଦନ ଯାତ୍ରା ସହ ଜଡିତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହେବା ନେଇ କୋଭିଡ୍ ଟେଷ୍ଟ ସେଣ୍ଟର ଉତ୍କଳ ହିନ୍ଦି ବିଦ୍ଯାପିଠ ସ୍ଥଳ ଅନୁଧ୍ୟାନ କରିବେ। ସେହିଭଳି ଆର୍ଟିପିସିଆର ଟେଷ୍ଟ ପରେ ଏହି ସେବକମାନେ ନିଳାଦ୍ରୀ ଭକ୍ତ ନିବାସରେ ସଂଗରୋଧରେ ରହିବେ। ଏଣୁ ଜିଲ୍ଲାପାଳ ଆଜି ଏସବୁ ଯାଗାକୁ ପରିଦର୍ଶନ କରି ଛତିଷାନିଯୋଗ ବୈଠକରେ ସ୍ଥିତି ଉପରେ ଅବଗତ କରିବେ।