• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

କାଳିଆ ଦର୍ଶନ ପାଇଁ ନୂଆ SOP, ଜାଣନ୍ତୁ ବଦଳିଛି କ'ଣ?

ଗତ ୧୯ ତାରିଖ ଦିନ SOP ଜାରି ହୋଇଥିଲା। କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ପୁରୁଣା SOPରେ କିଛି ପରିବର୍ତ୍ତନ କରାଯାଇଛି।

 କାଳିଆ ଦର୍ଶନ ପାଇଁ ନୂଆ SOP, ଜାଣନ୍ତୁ ବଦଳିଛି କ'ଣ?
କାଳିଆ ଦର୍ଶନ ପାଇଁ ନୂଆ SOP, ଜାଣନ୍ତୁ ବଦଳିଛି କ'ଣ?

ପୁରୀ: ମହାମାରୀ କୋରୋନା ପାଇଁ ବନ୍ଦଥିବା ଶ୍ରୀମନ୍ଦିର ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି। କୋଭିଡ୍ କଟକଣା ମଧ୍ୟରେ ବୁଧବାର ଠାରୁ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ଆସନ୍ତା ୨୬ ତାରିଖରୁ ପୁରୀବାସୀ ଓ ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ କରି ପାରିବେ। ଏନେଇ ଗତ ୧୯ ତାରିଖ ଦିନ SOP ଜାରି ହୋଇଥିଲା। କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ପୁରୁଣା SOPରେ କିଛି ପରିବର୍ତ୍ତନ କରାଯାଇଛି।

ଶ୍ରୀମନ୍ଦିର (Puri Jagannath Temple) ଖୋଲିବା ପ୍ରସଙ୍ଗ: 

  • ଡିସେମ୍ବର ୨୩ ତାରିଖରୁ ବଡଦେଉଳରେ ଜନସାଧାରଣଙ୍କ ପ୍ରବେଶ ହେବ।
  • ଡିସେମ୍ବର ୨୩ରୁ ୨୫ ସେବାୟତଙ୍କ ପରିବାରବର୍ଗ ଠାକୁରଙ୍କ ଦର୍ଶନ କରିବେ।
  • ଡିସେମ୍ବର ୨୬ ତାରିଖ ସନ୍ଧ୍ୟା ୫ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ମୁନିସିପାଲିଟିବାସୀଙ୍କୁ ଦର୍ଶନ କରିବେ।
  • ତେବେ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ ଓ ୨ ତାରିଖରେ ଜନଗହଳିକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ବନ୍ଦ ରହିବ। 
  • ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଚାଲିବ।

Also Read:  ଖୋଲିଲା ଶ୍ରୀମନ୍ଦିର, ପ୍ରାଥମିକ ପର୍ଯ୍ୟାୟରେ ୫ ହଜାରଙ୍କୁ ଅନୁମତି

କୋରୋନା କଟକଣା:

  • ମନ୍ଦିର ଭିତରେ ଏବଂ ବାହାରେ ସମସ୍ତ ଭାକ୍ତ ଓ ଶ୍ରଦ୍ଧାଳୁଙ୍କୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ।
  • ମନ୍ଦିରରେ ପ୍ରବେଶ ପୂର୍ବରୁ ସମସ୍ତେ ହାତରୁ ସାନିଟାଇଜ୍ କରିବେ।
  • ସମସ୍ତ ସମୟରେ ଭକ୍ତ ସାମାଜିକ ଦୂରତା ମାନିବେ।
  • ମନ୍ଦିର ଭିତରେ କୌଣସି ମୂର୍ତ୍ତିକୁ ଛୁଇଁବା ମନା।
  • ଭକ୍ତ ମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ଉପରେ କଟକଣା।
  • ମନ୍ଦିର ଭିତରେ ଦୀପ ଜଳାଯିବ ନାହିଁ।
  • ଆନନ୍ଦବଜାର କିମ୍ବା ମନ୍ଦିର ପରିସରରେ ମହାପ୍ରସାଦ ସେବନ ନିଷିଦ୍ଧ।
  • ମନ୍ଦିର ପରିସରରେ ପାନ, ଗୁଟୁଖା ଖାଇବା ଓ ଛେପ ପକାଇବା ମନା।
  • ବଲ୍ଲଭ ମଠ କିମ୍ବା ସ୍ୱିକୃତୀପ୍ରାପ୍ତ ସ୍ଥାନରେ ଗାଡି ପାର୍କିଂ ହେବ।
  • ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ, ଅସୁସ୍ଥ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ମନ୍ଦିର ପ୍ରବେଶ ବାରଣ।

ସ୍ୱତନ୍ତ୍ର ବ୍ୟବସ୍ଥା: 

  • ମହାପ୍ରଭୁ (Jagannath) ଙ୍କ ମଙ୍ଗଳ ଆଳତିରୁ ପାହୁଡ ପଡିବା ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଯେକୌଣସି ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ।
  • ମନ୍ଦିର ପ୍ରବେଶ ବେଳେ ସ୍ୱାସ୍ଥ୍ୟ ବୀମା କାର୍ଡ, ଆଧାର, ଭୋଟର କାର୍ଡ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି କୌଣସି ପରିଚୟପତ୍ର ଆଣିବା ବାଧ୍ୟତାମୂଳକ।
  • ନିର୍ଦ୍ଧିଷ୍ଟ ଦିନରେ ସେବାୟତଙ୍କ ବ୍ୟତୀତ ଅନ୍ୟ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ।

Also Read: ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!

ପୁରୀବାସୀ (Puri) ଙ୍କ ପାଇଁ ଗାଇଡଲାଇନ୍:

  • ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳ ୭ଟାରେ ମାର୍କେଟ ଛକରୁ ଲାଇନ ଲାଗିବ।
  • ସେବାୟତଙ୍କ ପରି ପୁରୀବାସୀ ମଧ୍ୟ ସାଙ୍ଗରେ ପରିଚୟ ପତ୍ର ନେଇ ଆସିବେ।
  • ମାର୍କେଟ ଛକରୁ ଶ୍ରୀମନ୍ଦିର (Srimandir) ଯାଏଁ ବ୍ୟାରିକେଡ ଲାଗିବ, ପରିଚୟପତ୍ର ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀକୁ ନେବାକୁ ବାରଣ।
  • ସମସ୍ତ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାରରେ ପ୍ରସ୍ଥାନ କରିବେ।

ସର୍ବସାଧାରଣଙ୍କ ପାଇଁ ଗାଇଡଲାଇନ୍:

  • ଦର୍ଶନ ପାଇଁ ସକାଳ ୮ରେ ମାର୍କେଟ ଛକରୁ ଧାଡି ବ୍ୟବସ୍ଥା ରହିବ।
  • ମାର୍କେଟ ଛକରୁ ଜଗନ୍ନାଥ ମନ୍ଦିର କର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ ଲାଗିବ।
  • ସମସ୍ତଙ୍କ ଭକ୍ତଙ୍କ କୋରୋନା ନେଗେଟିଭ୍ ପ୍ରମାଣପତ୍ର (୯୬ ଘଣ୍ଚା ପୂର୍ବର) ଆବଶ୍ୟକ।
  • ଆଧାର, ଭୋଟ କାର୍ଡ ପରି ଫଟୋ ପରିଚୟପତ୍ର ଆବଶ୍ୟକ।
  • ମନ୍ଦିର ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରୀନିଂ ହେବା ସହ ହାତ ସାନିଟାଇଜ କରାଯିବ।
  • ସମସ୍ତ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାରରେ ପ୍ରସ୍ଥାନ କରିବେ।

ତେବେ ଏହି SOP ଆବଶ୍ୟକତା ଓ ସମୟ ଅନୁସାରେ ପରିବର୍ତ୍ତନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡକ୍ଟର କିଷନ କୁମାର କହିଛନ୍ତି।