• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

ପୁରୀରେ ପୁଣି Covid Test; ନମୂନା ଦେବାକୁ ନାରାଜ ଶ୍ରୀମନ୍ଦିର ସେବାୟତ

ଜାନୁଆରୀ ୨୧ରୁ କଟକଣା ମୁକ୍ତ ଦର୍ଶନ (Restriction free Darshan) ଆରମ୍ଭ ହେବା ପରେ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବୁଧବାରଠୁ ସେବାୟତ (Sevayat) ଙ୍କ କୋଭିଡ୍ ଟେଷ୍ଟ (Covid Test) କରାଯାଉଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ଗ୍ରାଣ୍ଡରୋଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ଯାପିଠରେ ସ୍ୱତନ୍ତ୍ର କ୍ଯାମ୍ପ କରି ସେବାୟତଙ୍କ ପରୀକ୍ଷା କରୁଛନ୍ତି। ଦୈନିକ ୫୦ ଜଣ ସେବାୟତ କୋଭିଡ୍ ଟେଷ୍ଟ କରିବା ପାଇଁ ବ୍ଯବସ୍ଥା ହୋଇଛି।   

ପୁରୀରେ ପୁଣି Covid Test; ନମୂନା ଦେବାକୁ ନାରାଜ ଶ୍ରୀମନ୍ଦିର ସେବାୟତ
ପୁରୀରେ ପୁଣି Covid Test; ନମୂନା ଦେବାକୁ ନାରାଜ ଶ୍ରୀମନ୍ଦିର ସେବାୟତ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି। ସେବାୟତଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟେଷ୍ଟ କରାଯାଉଛି। ବୁଧବାରଠୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସୁଆର ମହାସୁଆର ନିଯୋଗ ଓ ପରେ ପର୍ଯ୍ଯାୟକ୍ରମେ ସମସ୍ତ ନିଯୋଗର ସେବାୟତଙ୍କୁ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କୁ ଆଣ୍ଟିଜେନ ପରିବର୍ତ୍ତେ RTPCR ଟେଷ୍ଟ କରାଯାଉଛି। ଆଉ ଟେଷ୍ଟ ପରେ ଦୁଇଦିନ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଜାନୁଆରୀ ୨୧ରୁ କଟକଣା ମୁକ୍ତ ଦର୍ଶନ (Restriction free Darshan) ଆରମ୍ଭ ହେବା ପରେ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବୁଧବାରଠୁ ସେବାୟତ (Sevayat) ଙ୍କ କୋଭିଡ୍ ଟେଷ୍ଟ (Covid Test) କରାଯାଉଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ଗ୍ରାଣ୍ଡରୋଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ଯାପିଠରେ ସ୍ୱତନ୍ତ୍ର କ୍ଯାମ୍ପ କରି ସେବାୟତଙ୍କ ପରୀକ୍ଷା କରୁଛନ୍ତି। ଦୈନିକ ୫୦ ଜଣ ସେବାୟତ କୋଭିଡ୍ ଟେଷ୍ଟ କରିବା ପାଇଁ ବ୍ଯବସ୍ଥା ହୋଇଛି। 

Also Read: ଆଜି ଶ୍ରୀମନ୍ଦିରରେ ନାହିଁ ଜଗା ଦର୍ଶନ; ଜାଣନ୍ତୁ କାରଣ

ପର୍ଯ୍ଯାୟକ୍ରମେ ବିଭିନ୍ନ ନିଯୋଗର ପ୍ରାୟ ତିନି ହଜାର ସେବାୟତ ଓ ଶ୍ରୀମନ୍ଦିର (Puri Jagannath Temple) ୫୦୦ କର୍ମଚାରୀଙ୍କର ଟେଷ୍ଟ କରାଯିବ। ଏହି ଟେଷ୍ଟ ପ୍ରକ୍ରିୟା ଜାନୁଆରୀ ୨୭ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକମାସ ଧରି ଚାଲିବ। ସେପଟେ ଟେଷ୍ଟ କରିବାକୁ ଅଧିକାଂଶ ସେବାୟତ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କିନ୍ତୁ ନିଯୋଗ ସ୍ତରରେ ପ୍ରତ୍ଯେକ ସଦସ୍ଯଙ୍କୁ ସଚେତନ କରାଯାଉଥିବା ନିଯୋଗର ସଭାପତି ଓ ସଂପାଦକ କହିଛନ୍ତି।

ଗତ ରଥଯାତ୍ରା (Rath Yatra) ରେ ତିନୋଟି ପର୍ଯ୍ଯାୟରେ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ଆଉ ଏବେ କଟକଣା ମୁକ୍ତ ଦର୍ଶନ ବ୍ଯବସ୍ଥା ଆରମ୍ଭ ହୋଇଥିବାରୁ ନିତି ସୃଙ୍ଖଳିତ ହେବା ପାଇଁ ସେବାୟତଙ୍କୁ ପୁଣି ଟେଷ୍ଟ କରାଯାଉଛି। ଟେଷ୍ଟରେ ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ହୋମ ଆଇସୋଲେସନ ବା IDH ହସ୍ପିଟାଲରେ ଭର୍ତ୍ତି କରାଯିବ। ଟେଷ୍ଟର ଦୁଇଦିନ ପର୍ଯ୍ୟନ୍ତ ଅର୍ଥାତ ରିପୋର୍ଟ ନଆସିବା ଯାଏଁ ସେମାନେ ଘରେ ରହିବେ।

Also Read: ପୁରୀ ସେବାୟତ ଓ ପରିବାରଙ୍କୁ ନିଶୁଳ୍କ ଟିକାକରଣ ନେଇ ଚିଠି

ସେପଟେ ସେବାୟତଙ୍କୁ ଦେୟ ମୁକ୍ତ କୋଭିଡ୍ ଟିକାକରଣ (Covid Vaccination) ପାଇଁ ଶ୍ରୀମନ୍ଦିର ପ୍ରଶାସ, ରାଜ୍ଯସରକାରଙ୍କୁ ଚିଠି ଲେଖିଛି। ହେଲେ ଏପର୍ଯ୍ୟନ୍ତ ଏନେଇ ରାଜ୍ଯ ସରକାର ସ୍ପଷ୍ଟ କରିନଥିବା ବେଳେ କୋଭିଡ୍ ଟେଷ୍ଟ ସେବାୟତମାନଙ୍କୁ କିଭଳି ସୁରକ୍ଷିତ ରଖିବ। ଆଉ ନୀତିକାନ୍ତି ପ୍ରଭାବିତ ହେବନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।