କାଲିଠୁ କାଳିଆ ଆଗରେ ସବୁ ସମାନ
X

କାଲିଠୁ କାଳିଆ ଆଗରେ ସବୁ ସମାନ

କେବଳ ସେବାୟତ କି ପୁରୀ (Puri) ସହରବାସୀ ନୁହେଁ ଏବେ ଶ୍ରୀମନ୍ଦିରରେ ସର୍ବସାଧାରଣ ମହାପ୍ରଭୁ (Lord Jagannath) ଙ୍କର ଦର୍ଶନର ସୁବିଧା ପାଇବେ। ସେ ନେଇ ଶ୍ରୀମନ୍ଦିର (Srimandir) ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ SOP ଜାରି ହୋଇଛି।

କାଲିଠୁ କାଳିଆ ଆଗରେ ସବୁ ସମାନ

ସଞ୍ଜୟ ମହାପାତ୍ର, ପୁରୀ: ପ୍ରାୟ ୧୦ ମାସ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ରବିବାରଠୁ କୋଭିଡ କଟକଣା ଭିତରେ ଭକ୍ତମାନେ ଦର୍ଶନ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା SOP କୁ କଡାକଡି ଅନୁପାଳନ କରି ଦର୍ଶନ ବ୍ୟବସ୍ଥା ହେବ। ତେବେ ସମସ୍ତଙ୍କୁର ୯୬ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ। 

କେବଳ ସେବାୟତ କି ପୁରୀ (Puri) ସହରବାସୀ ନୁହେଁ ଏବେ ଶ୍ରୀମନ୍ଦିରରେ ସର୍ବସାଧାରଣ ମହାପ୍ରଭୁ (Lord Jagannath) ଙ୍କର ଦର୍ଶନର ସୁବିଧା ପାଇବେ। ସେ ନେଇ ଶ୍ରୀମନ୍ଦିର (Srimandir) ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ SOP  ଜାରି ହୋଇଛି। ୯୬ ଘଣ୍ଟା ପୂର୍ବରୁ ସେମାନେ ଟେଷ୍ଟ ରିପୋର୍ଟ ଆଣିବେ। ଯଦି ଟେଷ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ ଆସେ ତେବେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

Also Read: କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ସେପଟେ ଦର୍ଶନ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ହେଲେ ଫେବୃୟାରୀରେ କଟକଣା କୋହଳ ହେବ। ମାତ୍ର ଏହି ସମୟ ମଧ୍ୟରେ ପୁରୀ ବା ପୁରୀ ବାହାର ଲୋକଙ୍କୁ କୋଭିଡ (Covid_19) ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୬ତାରିଖରୁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସର୍ବସାଧାରଣ ଦର୍ଶନ ପାଇଁ ମଧ୍ୟ ସେହି ବ୍ୟବସ୍ଥା ବଳବତ୍ତର ରହିଛି।  

ଦର୍ଶନକୁ ନେଇ ଟ୍ରାଫିକ କଟକଣା କରାଯାଇଛି । ଜଗନ୍ନାଥ ବଲ୍ଲଭ ପାଖରେ ଗାଡି ଗୁଡିକ ପାର୍କିଂ କରି ଭକ୍ତମାନେ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ପ୍ରବେଶ କରିବେ। ଶ୍ରୀନଅର ସମ୍ମୁଖରେ କିଓସ୍କ କାଉଣ୍ଟରରେ ଫଟୋ ଉଠାଯିବା ପରେ ସେଠି କୋଭିଡ ନେଗେଟିଭ ରିପୋର୍ଟକୁ ଅନଲାଇନରେ ଯାଞ୍ଚ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ତେବେ କୋଭିଡ ନେଗେଟିଭ ରିପୋର୍ଟ ଓ SOPକୁ ନେଇ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହେବ ତାହା ସବୁଠୁ ବଡ ଚ୍ୟାଲେଞ୍ଜ ହେବ।

 

 

 

 

Trending news