ପୁରୀ ପୋଲିସର ଜୁଲମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ
Advertisement

ପୁରୀ ପୋଲିସର ଜୁଲମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ବେଆଇନ ଭାବେ ଉଠା ଦୋକାନୀମାନେ ବଡଦାଣ୍ଡ (Badadanda) ଉପରେ ପନିପରିବା ବିକ୍ରି କରୁଥିବା ନେଇ ନଜରକୁ ଆସିବା ପରେ ପୁରୀ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଆଉ ଏଥିରେ କିଛି ଦୋକାନୀ (Vendors) ପୋଲିସକୁ ଦେଖି ଦୌଡିବା ପରେ ପଡି ଆହତ ହୋଇଥିବା ବେଳେ ଦୋକାନୀମାନେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ।

ପୁରୀ ପୋଲିସର ଜୁଲୁମ୍! ବଡଦାଣ୍ଡରେ ଲାଠିଚାର୍ଜ, ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ: କୋଭିଡ ନିୟମକୁ କଡାକଡି ପାଳନ ନେଇ ଆଜି ପୁରୀ ପୋଲିସ ପକ୍ଷରୁ କରାଯାଇଥିଲା ଏନଫୋର୍ସମେଣ୍ଟ। ହେଲେ ବଡଶଙ୍ଖ ପରିବା ମାର୍କେଟରେ ଘଟିଲା ଅଭାବନୀୟ ଘଟଣା। ପୋଲିସ କାର୍ଯ୍ୟାନୁଷ୍ଠାନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଓ ଦୋକାନୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନରେ କିଛି ଦୋକାନୀ ଓ ସାମ୍ବାଦିକ ଆହତ ହୋଇଥିବା ଅଭିଯୋଗ ହୋଇଛି।

ବେଆଇନ ଭାବେ ଉଠା ଦୋକାନୀମାନେ ବଡଦାଣ୍ଡ (Badadanda) ଉପରେ ପନିପରିବା ବିକ୍ରି କରୁଥିବା ନେଇ ନଜରକୁ ଆସିବା ପରେ ପୁରୀ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଆଉ ଏଥିରେ କିଛି ଦୋକାନୀ (Vendors) ପୋଲିସକୁ ଦେଖି ଦୌଡିବା ପରେ ପଡି ଆହତ ହୋଇଥିବା ବେଳେ ଦୋକାନୀମାନେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ। ତା ପରେ ଧୀରେ ଧୀରେ ଦୋକାନମାନେ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ତା ସହିତ ଆହତ ହୋଇଥିବା କିଛି ଲୋକଙ୍କୁ ଆମ୍ବୁଲାନ୍ସରେ ନେବାବେଳେ ଉତ୍ୟକ୍ତ ଲୋକେ ସେଥିରେ ପୋଲିସ (Puri Police) କୁ ବାଧା ସୃଷ୍ଟି କରିଥିଲେ। 

Also Read: ଆଉ ମାସେ ଜଗା ଦର୍ଶନ ବନ୍ଦ

ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ (Lathi charge)କରାଯାଇଥିଲା। ଆଉ ଏହି ଘଟଣାରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଦତ୍ତାତ୍ରେୟ ନାୟକ ମଧ୍ୟ ପୁଲିସ ମାଡର ଶିକାର ହୋଇଥିଲେ। ଦତ୍ତାତ୍ରେୟଙ୍କୁ ଜୋରଜବରଦସ୍ତ ଟେକି ନେଇ ପିସିଆର ଭ୍ୟାନରେ ପୋଲିସ ଭର୍ତ୍ତି କରିଦେଇଥିଲେ। ଉପସ୍ଥିତ କିଛି ସାମ୍ବାଦିକ ପ୍ରତିବାଦ କରିବା ପରେ ତାଙ୍କୁ ପିସିଆରରୁ ଓହ୍ଲାଇ ଦେଇଥିଲେ। ସମ୍ପୃକ୍ତ ସାମ୍ବାଦିକ ଜଣକ ଏ ଘଟଣାକୁ ତିବ୍ର ବିରୋଧ କରିବା ସହ ବଡଶଙ୍ଖସ୍ଥିତ ବଡଦାଣ୍ଡରେ ଧାରଣାରେ ବସିଥିଲେ। ତେବେ ପୋଲିସ ଓ ସାମ୍ବାଦିକଙ୍କ ସହ ଆପୋଷ ବୁଝାବଣା ହୋଇଥିବା ଜଣାପଡିଛି। ସେପଟେ ଜଣେ ଯୁବ ଠେଲା ବ୍ଯବସାୟୀଙ୍କୁ ପୁଲିସର ମାଡ ପ୍ରତିବାଦରେ ବ୍ଯବସାୟୀମାନେ ବଡଶଙ୍ଖ ଉପରେ ବସି ଧାରଣା ଦେବା ସହ ନ୍ୟାୟ ପାଇଁ ଅଡି ବସିଥିଲେ। 

fallback

ରାଜ୍ୟ ସରକାରଙ୍କ ଚଳିତବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନିୟମ (Lockdown) ମୁତାବକ ଆଜି ଠାରୁ ଦିନ ୧୧ଟା ଯାଏଁ ଦୋକାନ ଖୋଲିବ ବୋଲି ଘୋଷଣା ହୋଇଥିବା ବେଳେ ସବୁବେଳେ ବଡଶଙ୍ଖ ପରିବା ମାର୍କେଟ (Puri market) ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ତେଣୁ ପ୍ରତିଦିନ ଏନେଇ ତାଗିଦ କରାଯାଉଥିଲେ ବି ଲୋକେ ଶୁଣିବାକୁ ନାରାଜ। ତେଣୁ ପୋଲିସ ପକ୍ଷରୁ ପ୍ରତିଦିନ ଏନଫୋର୍ସମେଣ୍ଟ କରାଯାଉଥିଲେ ସୁଦ୍ଧା ଲୋକେ ନିୟମ ମାନୁନାହାନ୍ତି। ତେଣୁ କିଭଳି ଶୃଙ୍ଖଳିତ ଭାବେ ସେମାନେ ପନିପରିବା ବିକ୍ରି କରିବେ ସେମାନଙ୍କ ସହ ଆଲୋଚନା କରାଯିବ ବୋଲି ପୋଲିସ କହିଛି। 

Also Read: ଲୁଚି ଲୁଚି ଯୁବତୀଙ୍କ ଫଟୋ ଉଠାଉଥିଲେ ବୃଦ୍ଧ, ଦେଖିଦେଲା ପରେ...

 

ତେବେ ଏହା ପ୍ରଥମ ଥର ନୁହଁ। ପୂର୍ବରୁ ବି ପୁରୀ ପୋଲିସ ଉପରେ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସିଛି। ଦିନେ ହାଜତ ମୃତ୍ୟୁକୁ ନେଇ ଦିନ କାଠକଡାକୁ ଆସିଥିବା ପୁରୀ ପୋଲିସର ବଡଶଙ୍ଖ କାର୍ଯ୍ୟାନୁଷ୍ଠାନକୁ ଲୋକେ ସମାଲୋଚନା କରୁଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ବଡଶଙ୍ଖ ପରିବା ମାର୍କେଟରେ ବାରମ୍ବାର ଜୁଲମ ହେଉଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ପରିବା ବ୍ୟବସାୟୀମାନେ ଦାବି କରିଛନ୍ତି।

fallback