ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରାଜାଧିରାଜ ବେଶ ଦର୍ଶନ କରାଇଲେ ବିଶ୍ୱରୂପା
Advertisement

ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରାଜାଧିରାଜ ବେଶ ଦର୍ଶନ କରାଇଲେ ବିଶ୍ୱରୂପା

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦୁରତ୍ୱ। ମହାପ୍ରଭୁ (Lord Jagannath) ଙ୍କୁ ଟିକେ ଦର୍ଶନ ପାଇଁ ଭକ୍ତ ବ୍ଯାକୁଳ ଥିଲେ ବି ପ୍ରଶାସନିକ କଟକଣା ଲକ୍ଷ୍ମଣ ରେଖା ପାଲଟିଛି।

ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରାଜାଧିରାଜ ବେଶ ଦର୍ଶନ କରାଇଲେ ବିଶ୍ୱରୂପା

ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରାଜାଧିରାଜ ବେଶ ଅର୍ଥାତ ସୁନାବେଶ। ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ଭକ୍ତ ଜନଙ୍କୁ ଦର୍ଶନ ଦେବେ ବିଶ୍ୱନିଅନ୍ତା। ହେଲେ କୋରୋନା ମହାମାରୀ ଯୋଗୁଁ ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। 

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦୁରତ୍ୱ। ମହାପ୍ରଭୁ (Lord Jagannath) ଙ୍କୁ ଟିକେ ଦର୍ଶନ ପାଇଁ ଭକ୍ତ ବ୍ଯାକୁଳ ଥିଲେ ବି ପ୍ରଶାସନିକ କଟକଣା ଲକ୍ଷ୍ମଣ ରେଖା ପାଲଟିଛି। ହେଲେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ବିଶେଷ କରି ଭକ୍ତଙ୍କ ପାଇଁ ପୁରୀ (Puri) ର୍କଣ୍ଡେଶ୍ୱର ସାହୀର ଜଣେ ଆର୍ଟ ଛାତ୍ରୀ ବିଶ୍ୱରୂପା ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁଙ୍କ ସୁନାବେଶ (Sunabesha) ର ଏକ ନିଖୁଣ କଳାକୃତି। 

Also Read: ସରିଲା ନବଦିନାତ୍ମକ ଯାତ୍ରା, ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ମହାବାହୁ

ରଥାରୂଢ ଶ୍ରୀଜିଉଙ୍କୁ ସୁନାବେଶର ବିକଳ୍ପ ଭାବେ ବିଶ୍ୱରୂପା ଗଢିଛନ୍ତି ଜଗନ୍ନାଥଙ୍କ ସୁନାବେଶ। କପଡା, ଚୁମୁକି, ଅଠା, ରଙ୍ଗ ଆଦି ସାମଗ୍ରୀରେ ଗଢିଥିବା ମହାପ୍ରଭୁଙ୍କ ଏହି ପ୍ରତିମୂର୍ତ୍ତି ଜୀବନ୍ତ ହୋଇଉଠିଛି। ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାରଣ କରିଛନ୍ତି ଶଂଖ ଆଉ ଚକ୍ର। ଏଥିସହିତ ଅବିକଳ ସୁନା ଭଳି ଦିଶୁଥିବା କିରିଟୀ, ଶ୍ରୀହସ୍ତ, ଶ୍ରୀପୟର, କଦମ୍ବ ମାଳି, ବାହାଡା ମାଳି ଆଦି ଆଭୁଷଣରେ ମହାପ୍ରଭୁଙ୍କୁ ସଜା ଯାଇଛି। ବିଶ୍ୱରୂପା ଯେ କେବଳ ସୁନାବେଶ ନୂହଁ ମହାପ୍ରଭୁଙ୍କ ସ୍ନାନବେଶ, ନାଗାର୍ଜୁନ ବେଶ ସହ ଏକାଧିକ ବେଶର ଚମତ୍କାର କଳାକୃତି ପ୍ରଦର୍ଶିତ କରିଛନ୍ତି। 

fallback

ସେପଟେ କୋରୋନା (Coronavirus) ସମୟରେ ଲୋକଙ୍କୁ ସର୍ବଦା ମାସ୍କ ପିନ୍ଧିବା ପାଇଁ  ବିଶ୍ୱରୂପା ସଚେତନ ମଧ୍ୟ କରିଛନ୍ତି। ମାସ୍କରେ ବି ରହିଛି ତାଙ୍କର ନିଆରା କଳାକୃତି। ମାସ୍କ ପ୍ରତି ଆକୃଷ୍ଟ କରିବା ପାଇଁ ମାସ୍କ ଉପରେ ଆଙ୍କିଛନ୍ତି ମହାପ୍ରଭୁଙ୍କ ବିଭିନ୍ନ ପ୍ରତିଛବି। ଏମିତିକି ବୋଟଲରେ ମହାପ୍ରଭୁଙ୍କ ଚିତ୍ରକଳା, କ୍ଯାନଭାସ ଆର୍ଟରେ ଜଗନ୍ନାଥ ଆଦି ଅନେକ ଆର୍ଟ ରହିଛି। ଲକଡାଉନ ସମୟରେ ସେ ନିଜ କଳାକୃତିରେ କେବଳ ମହାପ୍ରଭୁଙ୍କୁ ନେଇ ଜଗନ୍ନାଥମୟ କରିଦେଇଛନ୍ତି। ଜୀବନ୍ତ ଚିତ୍ରକଳା ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି।