କୋରୋନା ପାଇଁ ଫିକା ରାକ୍ଷୀ ଉତ୍ସବ

ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଏହି ମହାମାରୀ ପାଇଁ ଏବେ ଫିକା ପଡିଛି ରକ୍ଷାବନ୍ଧନ। କାହିଁ କେଉଁ କାଳରୁ ଚାଲି ଆସିଥିବା ଭାଇଭଉଣୀଙ୍କ ସମ୍ପର୍କର ପରମ୍ପରା ରକ୍ଷାବନ୍ଧନ । ଆଉ ମାତ୍ର ଗୋଟିଏ ଦିନ ପରେ ରକ୍ଷାବନ୍ଧନ। ହେଲେ ସପ୍ତାହାନ୍ତ ସଟ୍‌ଡାଉନ ପରେ ଏହି ପର୍ବ ପଡୁଥିବାରୁ ରାକ୍ଷୀ ପୂର୍ଣ୍ଣିମାର ବଜାର ସହିତ ବ୍ୟବସାୟୀଙ୍କ ଉତ୍ସାହ

କୋରୋନା ପାଇଁ ଫିକା ରାକ୍ଷୀ ଉତ୍ସବ

ବାରିପଦା: ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଏହି ମହାମାରୀ ପାଇଁ ଏବେ ଫିକା ପଡିଛି ରକ୍ଷାବନ୍ଧନ। କାହିଁ କେଉଁ କାଳରୁ ଚାଲି ଆସିଥିବା ଭାଇଭଉଣୀଙ୍କ ସମ୍ପର୍କର ପରମ୍ପରା ରକ୍ଷାବନ୍ଧନ । ଆଉ ମାତ୍ର ଗୋଟିଏ ଦିନ ପରେ ରକ୍ଷାବନ୍ଧନ। ହେଲେ ସପ୍ତାହାନ୍ତ ସଟ୍‌ଡାଉନ ପରେ ଏହି ପର୍ବ ପଡୁଥିବାରୁ ରାକ୍ଷୀ ପୂର୍ଣ୍ଣିମାର ବଜାର ସହିତ ବ୍ୟବସାୟୀଙ୍କ ଉତ୍ସାହ ମାନ୍ଦା ପଡିଛି । ଏକକାଳୀନ ମାତ୍ର ୨ ଜଣ ଗ୍ରାହକଙ୍କୁ ବିକି ପାରିବେ ରାକ୍ଷୀ । ସେ ପୁଣି ସକାଳ ୭ ରୁ ଦିନ ଗୋଟାଏ ଭିତରେ । 

ଏଭଳି ପରିସ୍ଥିତିରେ ଚାଲିଛି ବାରିପଦାର ରାକ୍ଷୀ ବଜାର । ଜୁଲାଇ ମାସରେ ଥିବା ସପ୍ତାହାନ୍ତ ୨ ଦିନିଆ ସଟ୍‌ଡାଉନ ର ସମୟସୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଛି ଜିଲ୍ଲା ପ୍ରଶାସନ । କେବଳ ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ୧ ଏବଂ ୨ ତାରିଖରେ ସକାଳ ୭ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ବଜାର । ଧାର କରଜ କରି ଦୁଇ ପଇସା ଭଲ ଲାଭ ଆଶାରେ ରାକ୍ଷୀ ଦୋକାନ ଖୋଲିଥିବା ବ୍ୟବସାୟୀ ମାନେ ଏବେ ଆଶା ଓ ଆଶଙ୍କାରେ । 

ତେବେ ବି ସମ୍ପୂର୍ଣ୍ଣ ସଟ୍‌ଡାଉନକୁ ମାତ୍ର ୬ ଘଣ୍ଟା ପାଇଁ କୋହଳ କରିଥିବାରୁ ସମୂଳେ କ୍ଷତି ସହିବା ଠୁ କିଛିଟା ରକ୍ଷା ମିଳି ପାରିବ ବୋଲି ଆଶା କରି ପ୍ରଶାସନକୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ରାକ୍ଷୀ ବ୍ୟବସାୟୀ । ସେପଟେ ଅନ୍ୟ ବର୍ଷ ଭଳି ରାକ୍ଷୀ ପୂର୍ଣ୍ଣିମାରେ ବଜାର ରେ ଯେପରି ଭିଡ ଦେଖାଯାଏ, ତାହା ଦେଖିବାକୁ ମିଳି ନାହିଁ । ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶନାମା ଅନୁସାରେ “ନୋ ମାସ୍କ- ନୋ ରାକ୍ଷୀ” ନିୟମକୁ ମଧ୍ୟ ମାନୁଛନ୍ତି ବ୍ୟବସାୟୀ ଓ ଗ୍ରାହକ । ତେବେ କଟକଣା ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ରାକ୍ଷୀ କିଣିବା ସହିତ ପରମ୍ପରା ପାଳନ କରିବେ ବୋଲି କହିଛନ୍ତି ଗ୍ରାହକମାନେ।