ଆଜି ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ନୀତି ରହିଛି । ସେହିପରି ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ମଧ୍ୟ ଦିଆଯିବ । ଏ ତମାମ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ମହାବାହୁ ।
Trending Photos
)
ପୁରୀ: ଏବେ ରଥରେ ଅଛନ୍ତି କଳା ସାଆନ୍ତେ । ଆଜି ଆଡ଼ପ ମଣ୍ଡପକୁ ତିନି ଠାକୁର ବିଜେ କରିବେ । ରଥ ଉପରେ ସମସ୍ତ ପ୍ରକାର ନୀତିକାନ୍ତି କରାଯିବ । ତେବେ ଅପରାହ୍ନ ୪ଟା ବେଳକୁ ପହଣ୍ଡି ହେବ । ଗୋଟି ପହଣ୍ଡିରେ ୱଆଡ଼ପ ମଣ୍ଡପରେ ବିଜେ କରିବେ ମହାପ୍ରଭୁ ।
ଆଜି ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ନୀତି ରହିଛି । ସେହିପରି ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ମଧ୍ୟ ଦିଆଯିବ । ଏ ତମାମ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ମହାବାହୁ ।
ପ୍ରଥମେ ମଦନ ମୋହନ ଓ ସୁଦର୍ଶନଙ୍କ ପହଣ୍ଡି ହେବ । ସେହିପରି ପରେ ବଳଭଦ୍ରଙ୍କ ପହଣ୍ଡି ହେବ । ପଛକୁ ପଛ ସୁଭଦ୍ରା ଓ ଜଗନ୍ନାଥ ଆଡ଼ପ ମଣ୍ଡପରେ ବିଜେ କରିବେ ।