ଆଜି ଦିନ ୧୧ଟାରେ ଏହାର ଶୁଣାଣି ହେବ । ଜଣିକିଆ ଚାମ୍ବର ବେଞ୍ଚ ଏହି ଶୁଣାଣି କରିବେ । ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟ ଏହି ଶୁଣାଣି କରିବେ ବୋଲି ଜଣାପଡ଼ିଛି ।
Trending Photos
)
ଭୁବନେଶ୍ୱର: ଆଜି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ନେଇ ଶୁଣାଣି । ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାର ପୁନର୍ବିଚାର ପାଇଁ ୧୫ରୁ ଅଧିକ ପିଟିସନ ଦାଖଲ ହୋଇଛି ।
ଆଜି ଦିନ ୧୧ଟାରେ ଏହାର ଶୁଣାଣି ହେବ । ଜଣିକିଆ ଚାମ୍ବର ବେଞ୍ଚ ଏହି ଶୁଣାଣି କରିବେ । ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟ ଏହି ଶୁଣାଣି କରିବେ ବୋଲି ଜଣାପଡ଼ିଛି ।
ତେବେ ଆଇନ ବିଶାରଦଙ୍କ କହିବା କଥା ହେଲା, ଚାମ୍ବର ବେଞ୍ଚ ପାଖରେ ରାୟ ଶୁଣାଇବାର କ୍ଷମତା ନାହିଁ । ଚମ୍ବର ବେଞ୍ଚ କେବଳ ପକ୍ଷଭକ୍ତଙ୍କ ଦରଖାସ୍ତ ଗ୍ରହଣ କରାଯିବ ନା ନାହିଁ , ସେନେଇ ନିଷ୍ପତ୍ତି ନେବେ । ଯଦି ପକ୍ଷଭକ୍ତଙ୍କ ଏହି ଆବେଦନ ଗ୍ରହଣ ହୁଏ, ତେବେ ଉପଯୁକ୍ତ ବେଞ୍ଚକୁ ପଠାଯିବ ।