Advertisement
Article Detail0/zeeodisha/odisha696758
Zee OdishaOdisha Stateରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ବିଜେ କଲା ଦଶମୂଳ ମୋଦକ

ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ବିଜେ କଲା ଦଶମୂଳ ମୋଦକ

ଅଣସରର ଆଜି ହେଉଛି ଚକାବିଜେ ନୀତି । ୪ ଦିନ ଧରି ଓସ ଲାଗି ପରେ ଆଜି ଚକା ଉପରେ ବିରାଜମାନ କରିବେ ମହାପ୍ରଭୁ । ରାଜବୈଦ୍ୟଙ୍କ ଘରୁ ଆଜି ଦଶମୂଳ ମୋଦକ ପ୍ରସ୍ତୁତି କରାଯାଇଛି  ।

ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ବିଜେ କଲା ଦଶମୂଳ ମୋଦକ

ସଞ୍ଜୟ ମହାପାତ୍ର, ପୁରୀ: ଅଣସରର ଆଜି ଦଶମୀ ଦିବସ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଚକାବିଜେ ନୀତି । ସେପଟେ ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ବିଜେ କରିଛି ଦଶମୂଳ ମୋଦକ  । ଏହି ମୋଦକକୁ ଶ୍ରୀଜିଉଙ୍କୁ ଦିଆଗଲେ ସେ ସମ୍ପୂର୍ଣ ସୁସ୍ଥ ହେବେ ବୋଲି କହିଛନ୍ତି ରାଜବୈଦ୍ୟ । ତେବେ ଆଜି ଚକାବିଜେ ପରେ କାଲି ଏକାଦଶୀରେ ଖଳିଲାଗି ତାପରେ ରାଜପ୍ରସାଦ ବିଜେ ନୀତି ଓ ଶେଷ ଦିନ ନବଯୌବନ ଦର୍ଶନ । ସେପଟେ ରଥ ଖଳାରେ ମଧ୍ୟ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ । ତିନି ରଥର ସିଂହାସନ ଓ ପ୍ରଭା କାମ ଚାଲିଥିବା ବେଳେ ରଥର କଳସ ଓ ଓଲଟ ଶୁଆ ଲାଗି ସାରି ଉପର ଅଂଶ କାମ ସରିଛି । ରଥରେ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ ଜୁନ ୧୮ ସୁଦ୍ଧା ଅର୍ଥାତ ରଥଯାତ୍ରାର ୫ ଦିନ ପୂର୍ବରୁ ଶେଷ ହେବ ରଥ ନିର୍ମାଣ କାମ ।

ଅଣସରର ଆଜି ହେଉଛି ଚକାବିଜେ ନୀତି । ୪ ଦିନ ଧରି ଓସ ଲାଗି ପରେ ଆଜି ଚକା ଉପରେ ବିରାଜମାନ କରିବେ ମହାପ୍ରଭୁ । ରାଜବୈଦ୍ୟଙ୍କ ଘରୁ ଆଜି ଦଶମୂଳ ମୋଦକ ପ୍ରସ୍ତୁତି କରାଯାଇଛି  । ମାନବୀୟ ଲୀଳାର ଠାକୁରଙ୍କର ଚାଲିଛି ଉପଚାର । ମହାଜ୍ୱର ପାଇଁ କେବଳ ରାଜବୈଦ୍ୟଙ୍କ ଦଶମୂଳ ହେଉଛି ମହୌଷଧୀ । ଦୀର୍ଘ ଶହ ଶହ ବର୍ଷର ପରମ୍ପରା ବଜାୟ ରହିଛି । ଶ୍ରୀଜିଉଙ୍କ ପାଇଁ  ପ୍ରସ୍ତୁତ ଓସ୍ୱରେ ଦୁଇକେଜି ଚେରମୁଳି ଓଜନର ରହିଥାଏ । ଆୟୁର୍ବେଦ ଶାସ୍ତ୍ର ଆଧାରରେ ଶାଳ ପର୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ଦଶଟି ଜିନିଷରେ ପ୍ରସ୍ତୁତ ହୋଇଥାଏ ଏହି ଔଷଧ । ଶ୍ରୀଜିଉଙ୍କର ଆରୋଗ୍ୟ ପାଇଁ ଦଶମୂଳମୋଦକ ବୈଦ୍ୟ ପ୍ରସ୍ତୁତ କରି ଶ୍ରୀବିଗ୍ରହମାନଙ୍କ ପାଇଁ ଶ୍ରୀମନ୍ଦିର ଗାରଦରେ ଦେଇଥାନ୍ତି । ଚକାବିଜେ ତିଥି ସରିବା ପରେ ଏକାଦଶୀ ତିଥିରେ  ମହାପ୍ରଭୂଙ୍କ ପାଇଁ ଔଷଧ ବିଜେ କରିବା ପରମ୍ପରା ରହିଛି । ଏହାକୁ  ସମର୍ପଣ କରିବା ପରେ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ । ତେଣୁ ରାଜବୈଦ୍ୟଙ୍କ ଘରୁ ତାହା ଆସି ଶ୍ରୀମନ୍ଦିର ଗାରଦରେ ଜମା ଦିଆଯାଇଛି । ସ୍ନାନ ପୂଣ୍ଣିମା ଠାରୁ ହବିଷାନ୍ନ ଖାଇ ପରିବାରର ବୈଦ୍ୟ କବିରାଜଙ୍କର ସମସ୍ତ ସଦସ୍ୟ ବର୍ଷକରେ ଥରେ ପ୍ରଭୂଙ୍କ ସେବାରେ ଲାଗି ନିଜକୁ ଭାଗ୍ୟବାନ ମନେକରନ୍ତି । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦଙ୍କ ପାଖରେ ଜମା କରିସାରିବା ପରେ ହବିଷାନ୍ନ ଶେଷ ହୋଇଥାଏ । ତେଣୁ ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ପ୍ରଭୁଙ୍କୁ ଆଜି ମଧ୍ୟରାତ୍ରରେ ଦିଆଯିବ ଦଶମୂଳ ମହୌଷଧୀ ।

ରଥ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ । ଚାଲିଛି ରଥର କନକ ମୁଣ୍ଡି କାମ । ତିନି ରଥର ଉଠିଛି କଳସ ଓ ଓଲଟ ଶୁଆ । ତାସହ ରଥର ଆଜ୍ଞା ମାଳ ଲଗାଯିବା ପାଇଁ ତିନି ରଥରେ ଲାଗିସାରିଛି ୪ଟି କରି ୧୨ଟି ଧ୍ୱଜବତା । ରଥ ଉପରେ ପଟା ବାଡ଼ିଆ ସରି ସିଂହାସନ ଉପରେ କନକମୁଣ୍ଡି ଲଗାଯାଉଛି । ସେପଟେ ଚିତ୍ରକର ସେବକଙ୍କ ପକ୍ଷରୁ ରଥର ରଙ୍ଗ ଓ ପର୍ଶ୍ଵଦେବଦେବୀଙ୍କ ରଙ୍ଗ କାର୍ଯ୍ୟ ଚାଲିଛି । ରୂପକାରମାନେ ଘୋଡା ସାରଥୀ ମରାମତି କାର୍ଯ୍ୟ କରୁଛନ୍ତି । ସେପଟେ ମହାପ୍ରଭୁଙ୍କ ସେବା ପୂଜା ପାଇଁ କଛପ ପିଢ଼ା ଓ ଶ୍ରୀମୁଖ ସିଂହାର ପାଇଁ ବନକଲାଗି ପେଡି ତିଆରି ଚାଲିଛି । ରଥରେ ଶ୍ରୀବୀଗ୍ରହଙ୍କ ବିଜେସ୍ଥଳ ସିଂହାସନରେ ସମ୍ପୂର୍ଣ ହୋଇଥିବାରୁ ଚିତ୍ରକାରମାନେ ଗାଇପଲ୍ଲ ଚିତ୍ର ମଧ୍ୟ ଆଙ୍କୁଛନ୍ତି । ତିନି ରଥରେ ତିନି ଭୂଇଁରେ କୋଣରେ ତିନୋଟି ଲେଖାଏଁ ୧୨ଟି କଣଫାଉଡା ଲଗାଯାଇଛି । ପ୍ରଭାରେ ରୂପକାରମାନେ ତଳପଟେ ମଗରମୁଖ , ଦୁଇପାର୍ସ୍ୱରେ ପଦ୍ମଫୁଲ ଡାଳି ଖୋଦେଇ ଓ ଉପରେ ରାହୁମୁଣ୍ଡ ଖୋଦେଇ କରୁଛନ୍ତି  । ପ୍ରଭା ସଂଯୋଗ ପାଇଁ ଦୁଇଟି ଲେଖାଏଁ ଧୁଳିଦଣ୍ଡା ପ୍ରସ୍ତୁତ ହୋଇ ରଖାଯାଇଛି ।  ଜୁନ ୧୮ ସୁଦ୍ଧା ସମ୍ପୂର୍ଣ ରଥ କାମ ଶେଷ ହୋଇଯିବ ବୋଲି ଆଶାକରିଛନ୍ତି ବିଶ୍ୱକର୍ମା ମହାରଣା ।

Add Zee News as a Preferred Source
About the Author