• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତର ଆଶା ଦିଦିଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ Oximeter ବାଣ୍ଟିଛନ୍ତି। ଏନେଇ ସମ୍ବଲପୁର ରେଢ଼ାଖୋଲ ବିଧାୟକ ଇଞ୍ଜିନିୟର ରୋହିତ ପୂଜାରୀ (Rohit Pujari) ନିଜେ ସୂଚନା ଦେଇଛନ୍ତି।

ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ
ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ସମ୍ବଲପୁର: କୋରୋନା ଲଢେଇରେ ବିଭିନ୍ନ ମେଡିକାଲ ସରଞ୍ଜାମ ମଧ୍ୟରେ Oximeter ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ବ୍ୟବହାର କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଯାଇପାରେ। ଆଉ ଏହି Oximeterର ଆବଶ୍ୟକତାକୁ ରେଢ଼ାଖୋଲ ବିଧାୟକ ବେଶ ବୁଝିଛନ୍ତି। ତେଣୁ ବିଧାୟକଙ୍କ ଉଦ୍ୟମରେ ଆଶା ଦିଦିଙ୍କୁ Oximeter ବଣ୍ଟାଯାଇଛି।

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତର ଆଶା ଦିଦିଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ Oximeter ବାଣ୍ଟିଛନ୍ତି। ଏନେଇ ସମ୍ବଲପୁର ରେଢ଼ାଖୋଲ ବିଧାୟକ ଇଞ୍ଜିନିୟର ରୋହିତ ପୂଜାରୀ (Rohit Pujari) ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରେଢ଼ାଖୋଲର ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ କୋଭିଡ ସଂକ୍ରମଣ, ଅକ୍ସିଜେନ ସ୍ତରର ଗୁରୁତ୍ୱ ଓ Oximeter ଉପାଦେୟତା ନେଇ ସଚେତନତାର ଅଭାବ ଥିଲା। ସେହି କାରଣରୁ ସାଧାରଣ ଲୋକେ କୋଭିଡ ନେଇ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଥିଲେ। 

Also Read: ରବି ଧାନ ଚାଷୀଙ୍କ ମୁଣ୍ଡର ଚଡକ! ବିଲରେ ପଡିଛି ଧାନ, ମିଳୁନି ଟୋକନ

 

ସେପୁଣି କହିଛନ୍ତି ଯେ, ସେଲକୋ ଫାଉଣ୍ଡେସନର ସହାୟତାରେ ରେଢ଼ାଖୋଲ (Redhakhol) ମୂଖ୍ୟତଃ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମପଞ୍ଚାୟତର ଆଶାକର୍ମୀଙ୍କୁ Oximeter ଦିଆଯାଇଛି। ଏହାର ବ୍ୟବହାର ନେଇ ମଧ୍ୟ ସଚେତନ କରାଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ମଧ୍ୟ ରେଢ଼ାଖୋଲ ବିଧାୟକ ଇଞ୍ଜନିୟର ରୋହିତ ପୂଜାରୀ ଜିଲ୍ଲାପାଳ (Sambalpur Collector) ଙ୍କୁ କୃତଜ୍ଞତା ଜଣାଇଛନ୍ତି।