• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ଆସନ୍ତାକାଲିଠୁ କଟକଣା ମୁକ୍ତ ଶ୍ରୀମନ୍ଦିର; ବିପଦକୁ ଡାକି ଆଣିବ କି ଜଗା ଦର୍ଶନ?

ମହାପ୍ରଭୁଙ୍କ ଚିତ୍ତାକର୍ଷକ ବଡସିଂହାର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ। ପୁରୀ (Puri) ସହରବାସୀ ସକାଳ ୬ରୁ ୭ଟା ମଧ୍ୟରେ ସିଂହଦ୍ଵାର (Singhawar) ଥାନା ସମ୍ମୁଖ ବ୍ୟାରିକେଡରେ ଯାଇ ଦର୍ଶନ କରିବେ। ବାହାର ଭକ୍ତ ୭ଟାରୁ ମାର୍କେଟ ଛକ ବ୍ୟାରିକେଡରେ ଧାଡି ବାନ୍ଧିବେ।

ଆସନ୍ତାକାଲିଠୁ କଟକଣା ମୁକ୍ତ ଶ୍ରୀମନ୍ଦିର; ବିପଦକୁ ଡାକି ଆଣିବ କି ଜଗା ଦର୍ଶନ?
ଆସନ୍ତାକାଲିଠୁ କଟକଣା ମୁକ୍ତ ଶ୍ରୀମନ୍ଦିର; ବିପଦକୁ ଡାକି ଆଣିବ କି ଜଗା ଦର୍ଶନ?

ସଞ୍ଜୟ ମହାପାତ୍ର, ପୁରୀ: ରାତି ପାହିଲେ ନୂଆ ନିୟମ ଆଧାରରେ ଭକ୍ତ ଓ ଭଗବାନଙ୍କ ମିଳିନ। କୋଭିଡ୍ ନେଗେଟିଭ ପ୍ରମାଣ ପତ୍ର ବିନା ଶ୍ରଦ୍ଧାଳୁ କରିବେ କାଳିଆ ଦର୍ଶନ। ହଟିଲା କିଓସ୍କ ଓ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ବେରିକେଡ ବ୍ଯବସ୍ଥା ଲାଗୁହୋଇଛି। ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା ରହିଥିବା ବେଳେ ଗ୍ରୀଷ୍ମର ପ୍ରକୋପକୁ ନଜରରେ ରଖି  ପାନୀୟଜଳ ବ୍ଯବସ୍ଥା କରାଗଲା। 

ମହାପ୍ରଭୁଙ୍କ ଚିତ୍ତାକର୍ଷକ ବଡସିଂହାର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ। ପୁରୀ (Puri) ସହରବାସୀ ସକାଳ ୬ରୁ ୭ଟା ମଧ୍ୟରେ ସିଂହଦ୍ଵାର (Singhawar) ଥାନା ସମ୍ମୁଖ ବ୍ୟାରିକେଡରେ ଯାଇ ଦର୍ଶନ କରିବେ। ବାହାର ଭକ୍ତ ୭ଟାରୁ ମାର୍କେଟ ଛକ ବ୍ୟାରିକେଡରେ ଧାଡି ବାନ୍ଧିବେ। ଭକ୍ତଙ୍କୁ ଶ୍ରୀମନ୍ଦିର (Srimandir) ନୀତି ସମ୍ବନ୍ଧୀୟ ସୂଚନା ଦେବା ପାଇଁ ବାହାରେ ଦୁଇଟି LED ଲାଗିବ। 

Also Read: ପୁରୀ ପାଇଁ ୨୧ ତାରିଖରୁ ହାଇରିସ୍କ ! ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

ସେପଟେ ଦୈନିକ ୩୦ହଜାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଜଗା ଦର୍ଶନ ହେବ। ସହରର ବିଭିନ୍ନ ସ୍ଥାନରେ CCTV ମଧ୍ୟ ଲଗାଯାଇଛି। କେନ୍ଦ୍ରାଞ୍ଚଳ DIG, ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗୁରୁବାରଠୁ ଶ୍ରୀମନ୍ଦିର (Jagannath Temple) ରେ ଭିଡ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି।

ଆସନ୍ତାକାଲିଠୁ କଟକଣା ମୁକ୍ତ ଶ୍ରୀମନ୍ଦିର; ବିପଦକୁ ଡାକି ଆଣିବ କି ଜଗା ଦର୍ଶନ?

ଗୁରୁବାର ଠାରୁ ନୂଆ SOP ଆଧାରରେ ମହାପ୍ରଭୁ (Lord Jagannath) ଙ୍କ ଦର୍ଶନ ହେବ। ବଡଦେଉଳରେ ପ୍ରବେଶ ପାଇଁ ବୟସର କଟକଣା ରହିବ ନାହିଁ। ସମସ୍ତ ଶ୍ରଦ୍ଧାଳୁ ମାର୍କେଟଛକ ବେରିକେଡ ଦେଇ ଦର୍ଶନ କରିବା ପାଇଁ ବ୍ଯବସ୍ଥା ହୋଇଛି। ତେବେ ଦିବ୍ଯାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସିଂହଦ୍ଵାର ଥାନା ସମ୍ମୁଖ ବ୍ୟାରିକେଡ ଦେଇ ଯିବା ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା ହୋଇଛି। ଦର୍ଶନ ପାଇଁ କୋଭିଡ୍ ପ୍ରମାଣପତ୍ର (Covid Certificate) ଆବଶ୍ୟକତା ନଥିଲେ ମଧ୍ୟ ଭକ୍ତଙ୍କ ଥର୍ମାଲ ସ୍କ୍ରୀନିଂ ଉପରେ ଦିଆଯାଉଛି।

Also Read: କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ପୂର୍ବ ବ୍ଯବସ୍ଥା ଦ୍ୱାରା ଭକ୍ତଟିଏ ସୁରକ୍ଷିତ ରହି ବିନା ଭିଡରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରି ପାରିଛି। ଗୁରୁବାରଠାରୁ ବିନା କଟକଣାରେ ଦର୍ଶନ ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁ ସ୍ୱାଗତ କରିଛନ୍ତି। ଭିଡ ଭିତରେ କିଭଳି ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ଦର୍ଶନ କରିବେ ତାହା ସ୍ଥିର ହୋଇନାହିଁ। ଛୋଟ ପିଲାଙ୍କୁ ବି ଦର୍ଶନ ପାଇଁ ଅନୁମତି ମିଳିଛି। ଏପରି କ୍ଷେତ୍ରରେ ପୁଣି କୋଭିଡ ବ୍ୟାପିବା ଆଶଙ୍କା ଅଛି। ବିନା କୋଭିଡ୍ ପ୍ରମାଣପତ୍ରରେ ହଜାର ହଜାର ଭକ୍ତଙ୍କ ଗହଳି ହେବାକୁ ଥିବାରୁ ଥର୍ମାଲ ସ୍କାନିଂ କିଭଳି ସଂକ୍ରମଣ ରୋକିପାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।