ଘଟଣାର ୭ ଦିନ ପରେ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଯାଇଥିଲା । ମୃତକଙ୍କ ୨ ଭାଇ ଓ ଅନ୍ୟ ୩ ଜଣଙ୍କୁ ଆଣି ଥାନାରେ ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି ।
Trending Photos
)
ଦିଲ୍ଲୀପ ଦାସ, ଜଳେଶ୍ୱର: ମାନସିକ ବିକୃତ ଯୁବକଙ୍କ ଉପରେ ଅତିଷ୍ଠ ହୋଇ ହତ୍ୟା କରିଥିଲେ ଗ୍ରାମବାସୀ ! ଆଉ ଘଟଣାକୁ ଚପେଇ ଦେବା ପାଇଁ ମୃତଦେହକୁ ପୋତି ଦେଇଥିଲେ । ବାଲେଶ୍ଵର ବସ୍ତା ଥାନା ବାସିଚକୁରାଈ ଗାଁରେ ଘଟିଥିବା ଏ ଘଟଣା ୭ ଦିନ ପରେ ପର୍ଦ୍ଦାଫାଶ ହୋଇଛି । ସାଇଣ୍ଟିଫିକ ଟିମ୍ ଓ ପୋଲିସର ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି ।

ଯାହା କୁହାଯାଉଛି, ପୁରା ଘଟଣା ଥିଲା ଏପରି । ବାସିଚକୁରାଈ ଗାଁର ମାଧବ ହେମ୍ବ୍ରମଙ୍କ ମଝିଆ ପୁଅ ରୋହିତ ଦୀର୍ଘଦିନ ହେବ ମାନସିକ ବିକୃତ ଥିଲେ । ତିନି ବର୍ଷ ତଳେ ତାଙ୍କ ସ୍ତ୍ରୀ ଛାଡ଼ି ପଳାଇବା ପରେ ଗାଁର ମାଆ ଭଉଣୀଙ୍କୁ ଦୁଷ୍କର୍ମ କରିବା ଓ ହାଣିବା ଉଦ୍ଦେଶ୍ୟରେ ଅନେକଥର ଗୋଡ଼ାଇଥିଲେ । ଏପରିକି ମାନସିକ ବିକୃତ ରୋହିତ ପୁରୁଷ ଲୋକଙ୍କୁ ଆକ୍ରମଣ କରୁଥିଲେ । ତେବେ ମୃତ ରୋହିତଙ୍କ ଉନ୍ମକ୍ତ କାଣ୍ଡରେ ଅତିଷ୍ଠ ହୋଇ ଗ୍ରାମବାସୀ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ ରୋହିତଙ୍କ ମୃତ୍ୟୁ ହୋଇଥିଲା ! ତେବେ ପୋଲିସ ଭୟରେ ମୃତଦେହକୁ ପୋତି ପ୍ରମାଣ ନଷ୍ଠ କରିବାକୁ ଉଦ୍ୟମ କରିଥିଲେ ଗ୍ରାମବାସୀ ।
ହେଲେ ଘଟଣାର ୭ ଦିନ ପରେ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଯାଇଥିଲା । ମୃତକଙ୍କ ୨ ଭାଇ ଓ ଅନ୍ୟ ୩ ଜଣଙ୍କୁ ଆଣି ଥାନାରେ ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବସ୍ତା ଏସଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ମାଟିତଳୁ ବାହାର କରିଛନ୍ତି । ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ଜାଣିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ପୋଲିସର ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପୁରା ଗୁମର ଫିଟିବ ବୋଲି ଆଶା କରାଯାଉଛି ।