• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ଜିଲ୍ଲାକୁ ଲମ୍ବିଛି ନକଲି ଔଷଧ କାରବାରର ଚେର; ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

ନକଲି ଔଷଧ କାରବାର ବାବଦରେ ଜାଣିବା ପରେ ଚଢାଉ କରିଥିଲା ଜିଲ୍ଲା ଡ୍ରଗ୍ସ ବିଭାଗ। 

ଜିଲ୍ଲାକୁ ଲମ୍ବିଛି ନକଲି ଔଷଧ କାରବାରର ଚେର; ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

ବୌଦ୍ଧ: ମହାମାରୀ କରୋନା ସମୟରେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳାଯାଉଛି ଭୟାନକ ଖେଳ। କଟକ,ବଲାଙ୍ଗୀର ପରେ ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଏଭଳି ନକଲି ଔଷଧ କାରବାର ହେଉଥିବା ନେଇ ଜଣାପଡିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ହଇଚଇ। ଏହି କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି। 

ଗତକାଲି ବଲାଙ୍ଗିର ସହର ସୁଦପଡାରେ ରହିଥିବା ମୋଦି ଫାର୍ମାସ୍ୟୁଟିକାଲ (Modi Pharmaceutical) ଠାରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ (Drugs Dept)। ନକଲି ଔଷଧ କାରବାର ବାବଦରେ ଖବର ମିଳିବା ପରେ ସୋମବାର ଜିଲ୍ଲାର ବାଉସୁଣି ମା କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଏବଂ ପଲସାଗୋରାର ମେହେର ମେଡିକାଲ ଷ୍ଟୋର ନାମକ ଦୁଇଟି ଔଷଧ ଦୋକାନରେ (Medicine Store) ଚଢାଉ କରିଥିଲେ ବୌଦ୍ଧ ଡ୍ରଗ୍ସ ଇନସପେକ୍ଟର (Boudh Drugs Inspector)। ଉଭୟ ଦୋକାନରୁ ସିନଜି-୫୦୦ (SNEZEE-500) ୨୨ ପ୍ୟାକେଟ ଓ ମେଡିଥ୍ରାଲ-୫୦୦ ୨୨ (Medithral-500) ପ୍ୟାକେଟ ଜବତ କରାଯାଇଛି। ଜବତ ହୋଇଥିବା ଔଷଧ ନକଲି (Counterfeit Drugs) ବୋଲି ଜଣାପଡିଛି। 

Also Read: କୋରୋନା ବେଳେ ବଢଚାଲିଛି ନକଲି ଔଷଧ କାରବାର; ଲଗାମ ଲଗାଇବାକୁ ଅଣ୍ଟାଭିଡିଲା କ୍ରାଇମବ୍ରାଞ୍ଚ

ଏହି ଘଟଣା ପରେ ବିରମିତ୍ର ଦେହୁରୀ ଏବଂ ସୁରେଶ ମେହେର ନାମକ ଔଷଧ ଦୋକାନୀଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ ୧୯୪୦ (Drugs and Cosmetics Act 1940) ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବୌଦ୍ଧ ଡ୍ରଗ୍ସ ଇନ୍ସପେକ୍ଟର ମୁକେଶ ଧରୁଆ କହିଛନ୍ତି। ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ଏହି କାରବାରରେ ସାମିଲ ହୋଇଛନ୍ତି ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ବୌଦ୍ଧ ସମେତ ସୋନପୁର ଡ୍ରଗ୍ସ ଇନ୍ସପେକ୍ଟର ଉମା ଶଙ୍କର ମେହେରଙ୍କ ସହ ମନମୁଣ୍ଡା ପୋଲିସ ମଧ୍ୟ ସାମିଲ ହୋଇଥିଲେ।