ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚିତ୍ର କର୍ମଶାଳା
Advertisement

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚିତ୍ର କର୍ମଶାଳା

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସଭା କକ୍ଷରେ 
ସନ୍ଥ କବି ଭୀମ ଭୋଇ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହୋଇଯାଇଛି।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚିତ୍ର କର୍ମଶାଳା
ସମ୍ବଲପୁର: ଗତକାଲି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସଭା କକ୍ଷରେ ସନ୍ଥ କବି ଭୀମ ଭୋଇ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହୋଇଯାଇଛି। ଆୟୋଜିତ କର୍ମଶାଳାକୁ GMU କୁଳପତି ଏମ୍ ନାଗାରାଜୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। 
 
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଏମ୍ ନାଗାରାଜୁ, ଭୀମ ଭୋଇ (Saint Kabi Bhima Bhoi) ଙ୍କର ମହିମା ଧର୍ମ (Mahima Dharma) ସହ ତାଙ୍କ ବୈଶିଷ୍ଟ୍ୟ ବିଷୟରେ କହିବା ସହ ଏହି ଗବେଷଣା ପ୍ରତିଷ୍ଠାନ ତାହାର ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କହିଥିଲେ। ଏହି କର୍ମଶାଳାରେ ସନ୍ଥ କବିଙ୍କର ବିଭିନ୍ନ ଚିତ୍ର (Painting) ତିଆରି ସହ ତାଙ୍କ ଦିଗଦର୍ଶନର କଥା ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଶେଷରେ ସମସ୍ତ ଚିତ୍ର ଶିଳ୍ପୀମାନଙ୍କୁ ତାଙ୍କର କଳାକୃତ୍ତି ପାଇଁ ପ୍ରଶଂସା କରାଯାଇଥିଲା।
fallback